ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶ ଯାଇଥିଲା । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପ୍ କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଯାଇଥିଲା ।