ସ୍ବିଗି ବୟ ଚିକୁନ୍ ପ୍ରେମିକାଙ୍କ ସହ ଭୁବନେଶ୍ୱରେ, ଧଉଳି ଥାନାରେ ପଚରାଉଚରା ଜାରି

ଭୁବନେଶ୍ୱର: ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି । ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ତାଙ୍କ ପ୍ରେମିକାଙ୍କ ସହ ଭୁବନେଶ୍ୱର ପହଞ୍ଚିଛନ୍ତି ।
ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଅଭିମୁଖେ ଗତକାଲି ବାହାରିଥିଲେ। ଗୁରୁବାର ଟ୍ରେନ୍ ଭୁବନେଶ୍ବର ପହଞ୍ଚିଛି। ଏହାପରେ ଉଭୟଙ୍କୁ ପରେ ପୁଲିସ ଧଉଳି ଥାନାରେ ପଚରାଉଚରା କରୁଛି। ତାପରେ ଚିକୁନଙ୍କୁ କୋର୍ଟରେ ହାଜର କରିବ।
ଚିକୁନଙ୍କ ପତ୍ନୀ ଅହଲ୍ୟାଙ୍କୁ ମଧ୍ୟ ପୁଲିସ ଡାକି ପଚରାଉଚରା କରିପାରେ। ସେପଟେ ଏମାନଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଚିକୁନ୍ ଯେଉଁ ଜାଗାରେ ଅଫହରଣର ମିଛ ନାଟକ ରଚିଥିଲେ, ସେହି ଜାଗାକୁ ତାଙ୍କୁ ନେଇ ଅଧିକ ତଦନ୍ତ କରିପାରେ ପୁଲିସ। ଧଉଳି ଥାନା ପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି।