ସଂସଦ ଟିଭିର ଶୁଭାରମ୍ଭ

ନୂଆଦିଲ୍ଲୀ,ତା ୧୫ା୯: ଉପରାଷ୍ଟ୍ର ପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବୁଧବାର ମିଳିତଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି । ଲୋକସଭା ଟିଭି ଓ ରାଜ୍ୟସଭା ଟିଭିକୁ ମିଶାଇ ସଂସଦ ଟିଭି ଆରମ୍ଭ କରାଯାଇଛି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ଲୋକମାନେ ଖାସ୍‌ କରି ଯୁବବର୍ଗ ସଂସଦରେ ଚାଲୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗରେ ଭଲଭାବେ ଜାଣିପାରିବେ। ସଂସଦ ଟିଭି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପାଇଁ ଯାହା ନୀତିର ବିଭିନ୍ନ ପ୍ରସଙ୍ଗ, ସଂସଦୀୟ ବିତର୍କ, ଆମ ନାଗରିକମାନଙ୍କୁ ଭାରତର ସମୃଦ୍ଧ ଅତୀତ ଏବଂ ଅନ୍ୟାନ୍ୟ ସହିତ ଯୋଡିଥାଏ । ତେଣୁ ସଂସଦରେ ଉତ୍ତମ ଆଚରଣ କରିବାକୁ ମୋଦି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।