ଭୁବନେଶ୍ୱର: ୨୦୨୨-୨୩ରେ ଧାନ ନେଇ ଚାଉଳ ନଦେବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଅଭିଯୁକ୍ତ ମିଲକୁ ସିଲ୍ କରିଛନ୍ତି । ଅଭିଯୁକ୍ତ ମିଲଗୁଡ଼ିକ ଜିଲ୍ଲା ପ୍ରଶାସନକୁ ପ୍ରାୟ ୨୧,୪୪୯ କ୍ୱିଂଟାଲ ଚାଉଳ ଫେରାଇ ନାହାନ୍ତି । ପ୍ରଶାସନ ନୋଟିସ୍କୁ ପାଇବା ସତ୍ୱେ ମିଲ ମାଲିକମାନେ କୌଣସି ଜବାବ ଦେଉ ନଥିଲେ ।
ଅବଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅଭିଯୁକ୍ତ ମିଲଗୁଡ଼ିକୁ ସିଲ୍ କରିବା ପାଇଁ ସୂଚନା ଅନୁସାରେ ଝରିଗାଁ ବ୍ଲକରେ ପ୍ରତିଷ୍ଠିତ ‘ନବଦୁର୍ଗା ମଡର୍ଣ୍ଣ ରାଇସ୍’ ଓ ‘ଦୁର୍ଗା ରାଇସ୍ ମିଲ’କୁ ସିଲ କରାଯାଇଛି । ନବଦୁର୍ଗା ମୁଣ୍ଡରେ ୪୫୦୦ କ୍ୱିଂଟାଲ ଓ ଦୁର୍ଗା ରାଇସ୍ ମିଲ ମୁଣ୍ଡରେ ୧୨୦୦ କ୍ୱିଂଟାଲ ଚାଉଳ ହଡ଼ପ କରିଛନ୍ତି । ୟା’ ପୂର୍ବରୁ ନୂଆଗୁଡ଼ାର ଶ୍ରୀଶୁଭମ୍ ରାଇସ୍ ମିଲ ଓ ଗୁପ୍ତେଶ୍ୱରୀ ଆମ୍ମା ରାଇସ୍ ମିଲକୁ ସିଲ୍ କରାଯାଇଥିଲା । ଅଭିଯୁକ୍ତ ରାଇସ୍ ମିଲ୍ ମାଲିକଙ୍କ ନିକଟରୁ ଚାଉଳ ବାବଦ ଟଙ୍କା ଆଦାୟ କରାଯିବ ।