ରୋଗମୁକ୍ତ ଜୀବନ ପାଇଁ ବାସ୍ତୁ ପରାମର୍ଶ

ଆପଣ ବାରମ୍ବାର ରୋଗକଷ୍ଟ ଭୋଗୁଛନ୍ତି । ହାଲିଆ ଅନୁଭବ କରୁଛନ୍ତି । କାମ କରିବାକୁ ଆଗ୍ରହ ହେଉନି । ଏପରି ପଛରେ ଘରର ବାସ୍ତୁ ସମସ୍ୟା ଦାୟୀ । ଘର ତିଆରି ସମୟରେ ନାନା ଛୋଟବଡ଼ ଭୁଲଭଟକା ଆମ ଦୈନନ୍ଦିନ ଜୀବନକୁ ଯନ୍ତ୍ରଣାମୟ କରିପାରେ ।

ଘରଟିର ପ୍ରତିଟି ଦିଗକୁ ଦୃଷ୍ଟି ଦେଇ ଆସବାବପତ୍ର ରଖାଯିବା ଆବଶ୍ୟକ । ଘରକରଣା ଜିନିଷଗୁଡ଼ିକ ବିକ୍ଷିପ୍ତ ଭାବେ ରଖାଯିବା ଫଳରେ ରୋଗବ୍ୟାଧି, ଆର୍ଥିକ ସଂକଟ ଭଳି ଗୁରୁତର ସମସ୍ୟା ଉପୁଜେ । ଘରେ ଅହିତକାରୀ ଶକ୍ତି ବାସ କରେ ।

ତେଣୁ ବାସ୍ତୁ ପରାମର୍ଶ ଅନୁସାରେ ଘର ତିଆରି କରନ୍ତୁ । ଆପଣ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବେ ।

ଦକ୍ଷିଣ ଦିଗଟି ଯମରାଜାଙ୍କର, ତେଣୁ ସେ ଆଡ଼କୁ ଗୋଡ଼ ରଖି ଶୟନ କରନ୍ତୁନି । ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇବା ଫଳରେ ଦେହ ଅବଶ ଲାଗେ, ମୁଣ୍ଡ ବିନ୍ଧା ହୁଏ ।

ଘର କବାଟ ଓ ଝରକାକୁ ସବୁବେଳେ ବନ୍ଦ କରି ରଖନ୍ତୁନି । ଘରକୁ ତାଜା ପବନ ଆସିବା ଜରୁରୀ । ସକାଳ ସମୟରେ ଘରର ସବୁ କବାଟ ଓ ଝରକାକୁ ଖୋଲି ଦିଅନ୍ତୁ । ଘରେ ସକାରାତ୍ମକ ଶକ୍ତି ମଜଭୁତ ହେବ ।