ପରଲୋକରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀ

ମୁମ୍ବାଇ: ୮୦ ଦଶକରେ ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀଙ୍କ ଦେହାନ୍ତ ହୋଇଯାଇଛି । ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଉଡାନ’ର ଆଇପିଏସ୍‌ ଅଧିକାରୀ କଲ୍ୟାଣ ସିଂ ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ ।

୬୭ ବର୍ଷୀୟ କବିତା କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ମାତ୍ର ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଛି । ସୋସିଆଲ ମିଡିଆରେ ତାଙ୍କର ଦେହାନ୍ତ ଖବର ପ୍ରସାରିତ ହେବା ପରେ ବହୁ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଓ ଅଭିନେତା ଅଭିନେତ୍ରୀମାନେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।