ଇଂଲଣ୍ଡ ତୃତୀୟ ଟେଷ୍ଟ: ମ୍ୟାଚ୍‌ ଅଧାରୁ ଛୁଟିରେ ଗଲେ ଅଶ୍ୱିନ

ନୂଆଦିଲ୍ଲୀ: ରାଜକୋଟ ମଇଦାନରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟର ତୃତୀୟ ଦିନର ମ୍ୟାଚ୍‌ ରୁ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ । ତାଙ୍କ ପରିବାରର କେହି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାରୁ ବାଧ୍ୟ ହୋଇ ଅଶ୍ୱିନଙ୍କୁ ଟେଷ୍ଟ ଅଧାରୁ ଘରକୁ ଯିବାକୁ ପଡ଼ିଲା । ଏବେ ଅଶ୍ୱିନଙ୍କ ସ୍ଥାନରେ କିଏ ଖେଳିବେ; ସେ ସଂପର୍କରେ ବିସିସିଆଇ କିଛି କହିନି ।

ଜୀବନଚର୍ଯ୍ୟା: ଟ୍ୟାଙ୍କ ଉପରେ ବିଧାୟକଙ୍କ ପୁଅ, ଭିଡିଓ ଭାଇରାଲ

ଗାନ୍ଧୀନଗର: ଗୁଜରାଟର ବିଜେପି ବିଧାୟକ ବୀରେନ୍ଦ୍ର ସିଂ ଜାଡେଜାଙ୍କ ପୁଅ ବନାଇଥିବା ଭିଡିଓଟି ଏବେ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ପ୍ରସାରିତ ଭିଡିଓଟିକୁ ଗୋଟିଏ ଟ୍ୟାଙ୍କ ଉପରୁ ସୁଟିଂ କରାଯାଇଛି । ରିଲ ତିଆରି କରିବା ପାଇଁ ସେନାବାହିନୀର ଟ୍ୟାଙ୍କ ବ୍ୟବହାର କରିବାକୁ କିଏ ଅନୁମତି ଦେଇଛନ୍ତି; ତାହା ଏବେ ଆଲୋଚନାର ମୁଖ୍ୟ ବିଷୟ ।

କଚ୍ଛ ଅନ୍ତର୍ଗତ ରାପର ବିଧାୟକ ବୀରେନ୍ଦ୍ର ସିଂଙ୍କ ପୁଅ ଜୟଦୀପ ସିଂଙ୍କୁ ସେନା ଟ୍ୟାଙ୍କ ଉପରେ ବସି ଭିଡିଓ ସୁଟିଂ କରିବାକୁ କିଏ ଅନୁମତି ଦେଲେ; ତାକୁ କେନ୍ଦ୍ର କରି ଘାଂଟ ଚକଟା ଆରମ୍ଭ ହୋଇଛି । ଏ ସଂପର୍କରେ ଅଭିଯୁକ୍ତ ବିଧାୟକ ଓ ତାଙ୍କ ପୁଅ ମିଡିଆଠାରୁ ଦୂରତା ରକ୍ଷା କରୁଛନ୍ତି ।