ମିଶନ ଶକ୍ତିର ପ୍ରତି ମହିଳା ପୋଷାକ ବାବଦକୁ ପାଇବେ ୧ ହଜାର

ଭୁବନେଶ୍ୱର: ମିଶନ ଶକ୍ତି ସହ ଜଡ଼ିତ ୭୦ ଲକ୍ଷ ମହିଳାଙ୍କୁ ପୋଷାକ ବାବଦକୁ ୧ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି । ତା’ ସହିତ ଦେଢ଼ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟନିର୍ବାହୀ କମିଟି ସଭ୍ୟଙ୍କୁ ବ୍ଲେଜର ବାବଦକୁ ଦିଆଯିବ ୨ ହଜାର ଟଙ୍କା । ଏଥିପାଇଁ ରାଜକୋଷରୁ ୭୩୦ କୋଟି ଟଙ୍କା ମଂଜୁର କରାଯିବ ।

ସୂଚନା ମୁତାବକ, ମିଶନ ଶକ୍ତି ମହିଳାଙ୍କୁ ପୋଷାକ ବାବଦ ଅର୍ଥରାଶି ଏସ୍‌ ଏଚ୍‌ ଜି ଓ ମହାସଂଘର ଜମାଖାତାକୁ ସିଧାସଳଖ ପ୍ରଦାନ କରାଯିବ ।