ପଂଚାୟତ ସମିତି ସହ ଜଡ଼ିତ ଅଧିକାରୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ପଂଚାୟତ, ପଂଚାୟତ ସମିତି ଓ ଜିଲ୍ଲା ପରିଷଦରେ କାର୍ଯ୍ୟରତ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ରକମର ଟଙ୍କା ମଂଜୁର କରିବା ପାଇଁ ଅଧିକାର ପାଇଛନ୍ତି ।

ସୂଚନା ମୁତାବକ, ପଂଚାୟତ ସ୍ତରରେ ପ୍ରସ୍ତାବିତ ୧୦ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆର୍ଥିକ କ୍ଷମତା ଦିଆଯାଇଛି । ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ (ପଂଚାୟତିରାଜ) ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷମତା ପାଇଛନ୍ତି । ମୁଖ୍ୟଯନ୍ତ୍ରୀଙ୍କୁ ୪ କୋଟି ବା ତା’ଠାରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବାର ସ୍ୱାଧିନତା ଦିଆଯାଇଛି ।

ଜିଲ୍ଲାପାଳଙ୍କ ପ୍ରଶାସନିକ ଆର୍ଥିକ ଅନୁମୋଦନ କ୍ଷମତା ୫୦ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯାଇଛି ।