ରାଜଧାନୀ ସି ଆର ପି ଛକରେ ଯୁବକଙ୍କୁ ହାଣିଦେଲେ ୨ ଭାଇ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ସଭିଙ୍କୁ ଆତଙ୍କିତ କରିଛି। ଦିନ ଦ୍ୱିପହରରେ ବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ୍ତ । ଡ୍ରାଇଭରଙ୍କୁ ହାଣିଥିବା ୨ ଯୁବକଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ହୋଇଛି । ଖବର ପାଇ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି | ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଏଯାବତ୍‌ ଜଣାପଡି ନାହିଁ ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଗଣ୍ଡଗୋଳରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କ ଘର ସାଲିଆସାହି । ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଆଉ ଆଜି ସୁଯୋଗ ପାଇଁ ଜଟିଆ ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଦୁଇ ଜଣ । ସେମାନେ ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ରହିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାଜଧାନୀରେ ଦିନ ଦ୍ବିପହରରେ ଏଭଳି ଘଟଣା ଲୋକଙ୍କୁ ଆତଙ୍କିତ କରିଛି।