ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ର ୧ ନମ୍ବର ୱାର୍ଡ କଳାପାହାଡ଼ ହୋଟିଂ ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନା କୁ ଆସିଛି। ପାରିବାରିକ କୋହଳ ରେ ଉକ୍ଷିପ୍ତ ହୋଇ ସ୍ତ୍ରୀ କରିଛି ସ୍ୱାମୀର ହତ୍ୟା। ସୂଚନା ଅନୁଯାୟୀ ଶନିବାର ଦିନ ସ୍ୱାମୀ କେନ୍ଦୁଆ ଲୋହାର ଏବଂ ସ୍ତ୍ରୀ ଲେମ୍ବ ଲୋହାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଯାହାପ୍ରତିବାଦ ରେ ଲେମ୍ଵ ଲୋହାର ପ୍ରତିଶୋଧ ପ୍ରଣାୟନ ହୋଇ ପାଖରେ ଥିବା ଏକ ଶୀଳପୋତା ରେ ସ୍ୱାମୀ ଙ୍କ ମୁଣ୍ଡରେ ମାରଣାତ୍ମୋକ ଆକ୍ରମଣ କରିଥିଲେ।ଯାହା ଫଳରେ କେନ୍ଦୁଆ ସେଠାରେ ରକ୍ତାକ୍ତ ଅବସ୍ଥାରେ ପୋଡିଯାଇଥିଲେ । ତେବେ ସେଠାରେ ଥିବା ତାଙ୍କ ବଡ଼ ଝିଅ ମୋହିନୀ ଲୋହାର ତାଙ୍କୁ ଉଦ୍ଧାର କରି ଟାଟା ମେଡିକାଲ କୁ ନେଇଥିଲେ।ତେବେ ତାଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।
୮ ତାରିଖ ଦିନ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ତୁରନ୍ତ ତଲକ ହୋଟିଂ ଯାଇ ଅପରାଧୀ ଲେମ୍ବୁ ଲୋହାର ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ କେସ ନମ୍ବର ୧୪୭/୨୦୨୫ ମାମଲା ରୁଜୁ କରି ଦଫା ୧୦୩ ରେ ଦୋଷୀ ଲେମ୍ବୁ ଲୋହାର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଯୋଡା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।ସ୍ତାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ଲେମ୍ଵ ଲୋହାର ତାଙ୍କ ସ୍ୱାମୀ ଙ୍କ ଉପରେ ଏକ ଲୁହା ରୋଡ଼ ମାଧ୍ୟମରେ ଆକ୍ରମଣ କରିଥିଲେ କିନ୍ତୁ ଭାଗ୍ୟବସତ ସେ ବଞ୍ଚିଯାଇଥିଲେ । ଲେମ୍ଵ ଲୋହାର ଏକ ଅଭ୍ୟାସଗତ ଅପରାଧୀ ଯାହାଙ୍କୁ କୋଠର ରୁ କୋଠର ଦଣ୍ଡ ମିଳିବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।