ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ….

ହିନ୍ଦୋଳ:  ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କପିସାହି ଗ୍ରାମର ଜଣେ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି । ପଡୋଶୀ ଝିଅଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ଅଭିଯୋଗରେ ପୁଲିସ ତାକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ କପିସାହି ନିବାସୀ ବିରଳା ସାହୁଙ୍କ ପୁଅ ବିମଳ ଓରଫ ଲୁଲୁ (୩୦) ଯୁକ୍ତ ଦୁଇ ପଢ଼ୁଥିବା ଜଣେ ପଡୋଶୀ ଝିଅର କିଛି ଅଶ୍ଲୀଳ ଫଟୋ ଭିଡ଼ିଓ ରଖି ତାକୁ ବିବାହ କରିବାକୁ ବାଧ୍ୟ କରୁଥିଲା । ଝିଅଟି ରାଜି ନ ହେବାରୁ ତା’ର ଫଟୋ ଭିଡ଼ିଓକୁ ଭାଇରାଲ୍ କରିଥିଲା । ତହୁଁ ଯୁବତୀଙ୍କ ମାଆ ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।