ପଶ୍ଚିମବଙ୍ଗରେ ଇଡି ହଲାପଟା, ଗାଡ଼ିକୁ ଭଙ୍ଗାରୁଜା
କୋଲକାତା: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘରକୁ ତଲାସ କରିବା ପାଇଁ ଯାଇଥିବା ଇଡି ଟିମକୁ କିଛି ଟିଏମସି ସମର୍ଥକ ଆକ୍ରମଣ କରିଛନ୍ତି । ଇଡି ଅଧିକାରୀଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଛି । ସିଆରପିଏଫ୍ ଜବାନମାନେ ଉପସ୍ଥିତ ଥିବାରୁ ଇଡି ଅଧିକାରୀମାନେ କୌଣସିମତେ ଜୀବନ ବଂଚାଇ ଅଫିସକୁ ଫେରି ଯାଇଛନ୍ତି ।
ସୂଚନା ମୁତାବକ ରାସନ କାର୍ଡ ଦୁର୍ନୀତିରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଇଡି ତାଙ୍କର ସନ୍ଦେଶଖାଲିସ୍ଥିତ ବାସଭବନ ଉପରେ ଚଢ଼ଉ କରିବାକୁ ଯାଉଥିଲା ।
ଇଡି ଟିମ୍ ଉପରେ ଟିଏମସି ସମର୍ଥକଙ୍କ ହମଲାକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ହମ୍ଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରରେ କ୍ଷମତାସୀନ ମହାଶକ୍ତି କଥାରେ ପଡ଼ି ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ବିରୋଧୀ ଦଳକୁ ଅଯଥା ମାମଲାରେ ହଲାପଟା କରୁଛି ବୋଲି ଟିଏମସି ଅଭିଯୋଗ କରିଛି ।