ଭୁବନେଶ୍ୱର(ଏସ୍ ନ୍ୟୁଜ) : ଶିକ୍ଷା ସମାଜ ସଂସ୍କାରର ଏକ ମେରୁଦଣ୍ଡ ଅଟେ। ଶିକ୍ଷା ଅଜ୍ଞାନ ରୂପକ ଅନ୍ଧାରରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ। ତେଣୁ ଶିକ୍ଷାପରିବେଶକୁ ଶିକ୍ଷା ମନ୍ଦିର ବୋଲି କୁହାଯାଏ । ଶିକ୍ଷା ମନ୍ଦିରରେ ଏକ ଶୈକ୍ଷିକ ବତାବରଣ ବଜାଇ ରଖିବାକୁ ହେଲେ ଉଭୟ କୁଳପତି, ଅଧ୍ୟପାକ ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶିକ୍ଷା ପରିବାରର ପରିକଳ୍ପନା କରାଯାଇ ଶିକ୍ଷାର ମାନବୃଦ୍ଧିର ବତାବରଣର ନିର୍ମାଣ କରିବାପାଇଁ ପଡ଼ିଥାଏ ଏଥିଲାଗି ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ଵୟତତା ପ୍ରଦାନ କରାଯିବାର ଆବଶ୍ୟକତା ବହୁତ ଗୁରୁତ୍ୱ ବହନ କରେ ।
ଓଡିଶା ସରକାର ତରବରିଆ ଭାବେ ସେପ୍ଟେମ୍ବର ୨ ତାରିଖରେ କୌଣସି ଛାତ୍ର ସଂଗ୍ରଠନ , ଶିକ୍ଷା ବିତ କିମ୍ବା ବୁଦ୍ଧିଜୀବୀ ମାନଙ୍କ ସହିତ ଆଲୋଚନା ପର୍ଯ୍ୟଲୋଚନା କିମ୍ବା ବିତର୍କ ନକରି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ କୁ ସଂଶୋଧନ କରି ବିଶ୍ୱବିଦ୍ୟାଳୟର ପରିଚାଳନା ଓ ନିଯୁକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଯେଉଁ ଘୃଣ୍ୟ ଅପାଚେଷ୍ଟା କରିଛନ୍ତି ସେହି ପ୍ରକ୍ରିୟା କୁ ସାଧାରଣ ବିଦ୍ୟାର୍ଥୀ, ଶିକ୍ଷାବିତ ଓ ସାଧାରଣ ଅତି ସହଜରେ ଗ୍ରହଣ କରିପାରିନାହାନ୍ତି ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟପାକ , ବିଭିନ୍ନ ଛାତ୍ରସଙ୍ଗଠନ ଏବଂ ସମାଜିକ ଗଣ ମାଧ୍ୟମରେ ଏହି ଅଧିନିୟମ ବିରୋଧାଭାସ ର ଶିକାର ହୋଇଛି। ରାଜ୍ୟ ସରକାର କାହା ସ୍ୱାର୍ଥରେ ଏହି ଅଧ୍ୟାଦେଶ ତରବରିଆ ଭାବେ କରିଛନ୍ତି ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବିଷୟକୁ ନେଇ ସରକାର ଯେଉଁ ବିନ୍ଦୁ ଉପରେ ଉଲେଖ କରିଛନ୍ତି ତାହାଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନ କରିବାର ଆବଶ୍ୟକତା ରହିଅଛି।
ପ୍ରଥମତ ସରକାର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ୧୯୮୯ ଅଧିନିୟମ ଅଧୀନକୁ ଆସିବେ ବୋଲି ନିର୍ଣ୍ଣୟ କରିଛି, ଯାହାଫଳରେ ରାଜ୍ୟରେ ଏକ ସୁନାମଧନ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ରୁ ଉଛେଦ ହେବ। ଯାହାର ଫଳ ସ୍ୱରୂପ ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସହିତ ରେଭେନ୍ସାକୁ ମଧ୍ୟ ଗୋଟିଏ ଶ୍ରେଣୀଭୁକ୍ତ କରିଦିଆଯାଇଛି । ଦେଶରେ ସ୍ୱତନ୍ତ୍ର ଅଧିନିୟମ ଆଧାରରେ ଜେଏନଓୟୁ (JNU) , ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ଭଳି ରେଭେନ୍ସା କୁ ମଧ୍ୟ ଏକ ସ୍ୱତନ୍ତ୍ରତା ପ୍ରଦାନ କରାଯାଇଥିଲା , ଯାହାର ପ୍ରଛଦ ପଟରେ ଏକ ମହତ ଉଦେଶ୍ୟ ଥିଲା ଯେ ରେଭେନ୍ସା କୁ ଦେଶରେ ଏକ ସେଣ୍ଟର ଅଫ ଏକ୍ସେଲେନ୍ସ ଭାବେ ଗଢିତୋଳିବା ପାଇଁ ଯାହାକି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଶ୍ରେଷ୍ଟତା ପ୍ରଦାନ କରାଯାଇପାରିଥାନ୍ତା । କିନ୍ତୁ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ କୁ ପ୍ରୋତ୍ସାହନ ଦେବା ବଦଳରେ ଏହାକୁ ହଟାଇ ଦେବା ସରକାରଙ୍କର ଦୁରଦର୍ଶିତା ନଥିବାକୁ ପ୍ରତିପାଦିତ କରୁଛି ଯାହାକି ଏକ ଦୁର୍ଭାଗ୍ୟଜନକ ବିଷୟ ।
ବର୍ତ୍ତମାନ ଦେଶରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଲାଗୁହେବାକୁ ଯାଉଅଛି , ଯାହାକି ଶିକ୍ଷା କ୍ଷେତ୍ରରେ ବହୁତ ଗୁଡିଏ ସଂସ୍କାର ଆଣିବା ସହିତ ବିଶ୍ୱବିଦ୍ୟାଳୟ ଗୁଡିକୁ ଅନୁବନ୍ଧିତ ଆଦିକୁ ହଟାଇ ନେଇ ବିଭିନ୍ନ ଦୃଷ୍ଟିରେ ସ୍ଵୟତତା ପ୍ରଦାନ କରିବା ଦିଗରେ କାର୍ଯ୍ୟକରୁଅଛି । ବିଶ୍ୱବିଦ୍ୟାଳୟ ମାନଙ୍କର ପରିକଳ୍ପନା ରେ ବୌଦ୍ଧିକ ସ୍ୱାଧୀନତା ଏକ ମୌଳିକ ତତ୍ୱ , ଯାହାକୁ ଆଧାର କରି ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନେ ନିଜ ନିଜର ପରିସରରେ ସ୍ୱତନ୍ତ୍ର ସଂସ୍କୃତି ସମ୍ପନ୍ନ ଶିକ୍ଷା ଓ ଜ୍ଞାନର ଵିଶେଷ ଗୋଷ୍ଟି ଶିକ୍ଷକ , ଗବେଷକ ଓ ଛାତ୍ରଛାତ୍ରୀ ଗଢିଛନ୍ତି, କିନ୍ତୁ ସେହିସମୟରେ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଗୁଡିକର ସ୍ଵୟତତା କୁ ନଷ୍ଟ କରିଦେଇ କେବଳ ସରକରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଭାବେ ଗଢିତୋଳିବା ପାଇଁ ହୀନ ପ୍ରୟାସ ଏହି ଅଧ୍ୟାଦେଶ ମାଧ୍ୟମରେ ଜାରି କରିଛନ୍ତି । ଯଦି ସ୍ଵୟତତା ପ୍ରଦାନ ଦ୍ୱାରା ଶିକ୍ଷାନୁଷ୍ଠାନ ନଷ୍ଟ ହେବ ବୋଲି ରାଜ୍ୟ ସରକାର ଚିନ୍ତା କରୁଛନ୍ତି ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଗୁଡିକୁ କଣ ପାଇଁ ପ୍ରତିଷ୍ଠା କରିଛନ୍ତି ? ତେଣୁ ବିଶ୍ୱବିଦ୍ୟାଳୟ ଗୁଡିକରେ ରାଜନୀତିକରଣ ଏବଂ ଅମଲାକରଣ କରି ଏହା କୁ ନିଜ ଆଡ୍ଡାସ୍ଥଳୀ କରିବାପାଇଁ ଚାହୁଁଛନ୍ତି। ଏହା କେଉଁଠି ନା କେଉଁଠି ଶିକ୍ଷାବିରୋଧୀ ମାନସିକତା କୁ ଦର୍ଶାଉଛି ।
ବିଶ୍ୱବିଦ୍ୟାଳୟ ମାନଙ୍କରେ କୁଳପତି ମାନଙ୍କର ବୟସ ସୀମା ୩ ବର୍ଷରୁ ୪ ବର୍ଷ କରାଯାଇ ତାହାକୁ ସାଧିତ କରିବା ପାଇଁ ଯେଉଁ କାରଣ ଦର୍ଶାଯାଇଛି ତାହା ଏକ ଦୁର୍ବଳ ମାନସିକତାର ପରିଚୟ ଅଟେ। ଅମଲାକରଣ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ ରେ କୁଳପତିଙ୍କର କାର୍ଯ୍ୟକାଳ କୁ ଏକବର୍ଷ ବୃଦ୍ଧି କରାଯାଇ କଣ ଅଧିକା ବିକାଶ ହୋଇପାରିବ ଯାହା ପରବର୍ତ୍ତୀ କୁଳପତି କରିପାରିବେ ନାହିଁ ? ଠିକ ସେହିଭଳି କୁଳପତି ଚୟନରେ କୂଳାଧିପତି(ରାଜ୍ୟପାଳ)ଙ୍କର ଥିବା ସମ୍ବିଧାନିକ କ୍ଷମତା କୁ ପଙ୍ଗୁ କରିଦିଅ ଯାଇ ତାଙ୍କର ହାତକୁ ବାନ୍ଧି ଦିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ଅମାଲକରଣ ଦ୍ୱାରା କୁଳପତି ଓ ଶିକ୍ଷାସମାଜ ପାଇଁ ଏକ ଅପମାନ ସଦୃଶ।
ରାଜ୍ୟ ସରକାରଙ୍କ ଏହି ଅଧ୍ୟାଦେଶ ଦ୍ୱାରା ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କର ନିଯୁକ୍ତି ପ୍ରକ୍ରିୟା କୁ ଯଥାକ୍ରମେ ରାଜ୍ୟ ଲୋକସେବା ଆୟୋଗ (OPSC ) ଏବଂ ସେବା ନିଯୁକ୍ତି କମିସମ ( SSB ) ମାଧ୍ୟମରେ କରିବା ପାଇଁ ସ୍ଥିର କରାଯାଇଛି । ପୂର୍ବରୁ ଉଚ୍ଚ ଶିକ୍ଷା ବ୍ୟବସ୍ତାରେ ସରକାରୀ କଲେଜ ମାନଙ୍କରେ ଶହ ଶହ ପଦ ଯଥାସମୟରେ ଲୋକସେବା ଆୟୋଗ ପୁରଣ କରିପାରି ନାହିଁ । ବାହ୍ୟ ଆୟୋଗମାନେ ଯେ ଅବିଳମ୍ବେ ନିଯୁକ୍ତ ଦେଇଦେବ ତାହା ଭାବିବା ଭୁଲ ଅଟେ । ଆମ ରାଜ୍ୟ ସରକାର ବିହାର ମଡେଲ କୁ ଅନୁକରଣ କରିଛନ୍ତି କିନ୍ତୁ PSC ମାଧ୍ୟମରେ ଅଧ୍ୟପାକ ନିଯୁକ୍ତି ବଳରେ ବିହାର ସମସ୍ତ ବିଶ୍ୱବିଦ୍ୟାଳୟ NAAC ମାନ୍ୟତାରେ B ରୁ C କୁ ଖସିଆସିଲାଣି ଉଦାହରଣ ସ୍ୱରୂପ ବିହାରର ସର୍ଵ ପୁରାତନ ପାଟଣା ବିଶ୍ୱବିଦ୍ୟାଳୟ ର NAAC ମାନ୍ୟତା B ରେ ରହିଅଛି। ଯେଉଁ OPSC ପୂର୍ବରୁ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ଘେରରେ ରହିଆସିଛି ସେଥିରେ ଦୁର୍ନୀତି ହେବନାହିଁ ବୋଲି ସରକାର ଦୃଢ଼କ୍ତି ପ୍ରକାଶ କରିପାରିବେ କି ? ତେଣୁ ଅଧ୍ୟପାକ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ରିକୃତ କ୍ଷମତା ପ୍ରୟୋଗ କରି ବିଶ୍ୱବିଦ୍ୟାଳୟ ଗୁଡିକର ମୌଳିକ ଢ଼ାଞ୍ଚା କୁ ନଷ୍ଟ କରିଦେବାପାଇଁ ଓ ଦଳୀୟ ଲୋକମାନଙ୍କୁ ଥଇଥାନ କରିବାପାଇଁ ଏକ ସରଳ ଉପାୟ ଖୋଜିନେଇ ବିଶ୍ୱବିଦ୍ୟାଳୟର ଅଟୋନମି କୁ ନଷ୍ଟ କରିଦିଆଯାଇଛି।
ବିଶ୍ୱବିଦ୍ୟାଳୟ ଗୁଡିକରେ ସିନେଟ ମାଧ୍ୟମରେ ଛାତ୍ର ମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର କେଉଁଭଳି ଭାବେ ସିନେଟ ନିର୍ବାଚନ କୁ ସଠିକ ଭାବେ ପରିଚାଳନା କରିହେବ ସେ ବିଷୟରେ ଚିନ୍ତା ନକରି ସିନେଟର ଭୂମିକା କୁ ସମାପ୍ତ କରିଦେବା ଅନ୍ୟପକ୍ଷରେ ସିଣ୍ଡିକେଟ କୁ ମଧ୍ୟ ନିଜ ପକେଟ ବ୍ୟାପାର କରିବା ପାଇଁ ନିୟମରେ ପରିବର୍ତ୍ତନ ଅଣାଯାଇଛି ତାହା ଏକ ନୈରାଶ୍ୟଜନକ ବିଷୟ ଅଟେ।
ପରିଶେଷରେ ଏହି ଅଧ୍ୟାଦେଶ ଦ୍ୱାରା ସରକାର ବାରମ୍ବାର ତର୍ଜମା କରି ଅଲୋଚନ କରି ଏହାଦ୍ୱାରା ହେବାକୁ ଥିବା ଶିକ୍ଷା ପରିବେଶ ନଷ୍ଟ ପାଇଁ ନିୟମରେ ପରିବର୍ତ୍ତନ ଆଣି ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ଵୟତତା ପ୍ରଦାନ କରିବା ଦିଗରେ ଓ ଭିତ୍ତିଭୂମି ,ଅଧ୍ୟପାକ ଓ ନୂତନ ଜ୍ଞାନ କୌଶଳ ବଳରେ ଅଗ୍ରଗତି ହେବାଦିଗରେ ସହାୟକ ହୁଅନ୍ତୁ। ଲକ୍ଷ୍ୟ କେବଳ ପ୍ରଶାସନିକ ସମୀକରଣ ନହେଇ ସୁଲଭ ଓ ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା ଦିଗରେ ସରକାର ଶ୍ରେଷ୍ଟତା ପ୍ରଦାନ କରନ୍ତୁ ଯାହାଫଳରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇପାରିବ।
ଶଶୀକାନ୍ତ ମିଶ୍ର
ରାଜ୍ୟ ସମ୍ପାଦକ, ଏବିଭିପି ଓଡିଶା
+91 9438 790745