ସୁପ୍ରିମ୍‌କୋର୍ଟ ଦ୍ଵାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଓଲିଉଡ ସୁପରହିଟ ଯୋଡି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମ କୋର୍ଟ ର ଦ୍ଵାରସ୍ଥ ହେଇଛନ୍ତି ବର୍ଷା । ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ ସେ ଏଥିରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପଟିଆଲା ହାଉସ୍‌ କୋର୍ଟରେ ଅନୁଭବ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ଆଉ ଏହି ମାମଲା ଲଢ଼ିବାକୁ ବର୍ଷା ଦିଲ୍ଲୀ ଯାଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇଥିଲେ । ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ଆଇନୀଜୀବୀ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇଥିଲେ।
ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ତେଣୁ ସେ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । କାରଣ ଅନୁଭବ ମହାନ୍ତି ପଟିଆଲା ହାଉସ କୋର୍ଟରେ କରିଥିବା ମାମଲାର ଶୁଣାଣି ଅକ୍ଟୋବର ୮ ତାରିଖରେ ହେବ ବୋଲି ସୂଚନା ରହିଛି।

ଏଠାରେ ପ୍ରକାଶଥାଉକି , ନିକଟରେ ଅଭିନେତ୍ରୀ ବର୍ଷା ତାଙ୍କ ସାଂସଦ ସ୍ୱାମୀଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ କଥାଟି ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। କଥା ପ୍ରଘଟ ହେବା ପରେ ସୋସିଆଲ୍‌ ମିଡିିଆରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି।