କରୋନା କଟକଣାକୁ ଫୁ, ଭସାଣୀରେ ଜମିଲା ନାଚଗୀତର ଆସର

ଭୁବନେଶ୍ୱର(ଏସ୍ ନ୍ୟୁଜ) : ଦିନକୁ ଦିନ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେକ ନେଉଛନ୍ତି ଆଉ ନିୟମ ଉଲ୍ଲଘଂନକାରୀଙ୍କୁ ଦଣ୍ଡ ମଧ୍ୟ ଦିଆଯାଉଛି । କିନ୍ତୁ ଏବେ ବି ସୁଧୁରୁ ନାହାନ୍ତି କିଛି ଅମାନିଆ । ବାରମ୍ବାର କରୋନା କଟକଣାକୁ ଭାଙ୍ଗିବାରେ ଲାଗିପଡିଛନ୍ତି । ପ୍ରଥମେ ମେଲୋଡ଼ି ପରେ ଭସାଣୀ ଶୋଭାଯାତ୍ରା କରି ଅମାନିଆ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି । ବାଲେଶ୍ୱର ଜିଲ୍ଲାର ବୋଗରାଇ ବଲ୍କ ନିମାତୁର ହାଟରେ ଏଭଳି କିଛି କରୋନା ନିୟମ ଉଲଘଂନ ଚିତ୍ର ଦେଖିବାକୁ ମିଳିଛି ।

ବାଲିଆପାଳ ବ୍ଲକ ଚଉମୁଖ ପଂଚାୟତ ଟାୱାର ଛକ ନିକଟରେ ଆୟୋଜିତ ହୋଇଥିଲା ବିଶ୍ୱକର୍ମା ଭସାଣୀ। ଏହି ଭସାଣୀ ରେ ଅମାନିଆ ନା ମାନିଥିଲେ ସାମାଜିକ ଦୂରତା ନା ପିନ୍ଧିଥିଲେ ମାସ୍କ । ବ୍ରାସବ୍ୟାଣ୍ଡ ବଜାଇଲେ ଆଉ ଦେହରେ ଦେହ ଘଷି ଜମା ହୋଇ ନିର୍ଧୁମ ନାଚିଲେ । ଏହାକୁ ନେଇ କୋରାନା ସଂକଟରେ ଜମିଲା ଭସାଣୀ ଶୋଭାଯାତ୍ରା ଆଉ ଡିଜେ ଗୀତରେ ତାଳେତାଳେ ଚାଲିଥିଲା ନାଚଗୀତର ଆସର । ଖୁଲମଖୁଲା ରାସ୍ତା ଉପରେ ଚାଲିଥିଲା କୋଭିଡ ନିୟମର ଉଲଂଘନ । ଏଭଳିଭାବେ ବେଶ ଧୁମଧାମରେ ଚାଲିଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯାହାକୁ ଦେଖିଲେ ଲାଗୁଥିଲା ଏହି ଲୋକମାନଙ୍କର ନା କରୋନା ର ଭୟାବହତାକୁ ଖାତିର ଅଛି ନା ଏନେଇ ତଣ୍ଡ ଗଣିବାରେ ଟିକେ କୋଣ୍ଠାବୋଧ ରହିଛି । ଏମାନଙ୍କ ପାଇଁ ଯାହା ଅନ୍ୟ ଲୋକମାନେ ହଇରାଣ ହେଇଉଛନ୍ତି ।

ଅନ୍ୟପଟେ ଏନେଇ ପ୍ରଶାସନ ପାଖରେ ଖବର ନଥିବା ବେଳେ, ସବୁ ଜାଣିଶୁଣି ପୋଲିସ ଚୁପ ରହିଥିବା ଅଭିଯୋଗ ହୋଇଛି । ଲାଗୁଛି ଯେମିତି ସ୍ଥାନୀୟ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅମାନିଆ। ଯାହାକୁ ନେଇ ଏଭଳି ନାଚଗୀତ ପାଇଁ ପୋଲିସ ଅନୁମତି ଦେଇଥିଲା ନା ଏମାନେ ପୋଲିସ ର ଅଗୋଚରରେ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବିଶ୍ୱକର୍ମା ପୂଜାରେ ମେଲୋଡ଼ି ପରେ ଏବେ ଭସାଣୀ । ଗୋଟିଏ ପରେ ଗୋଟିଏ କଟକଣାକୁ ଉଲଙ୍ଘନ କରୁଛନ୍ତି ଏହି ଅମାନିଆ ।