ମେଳା ବଟରେ ହରି ନାଟ

"ଭଜ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ"

ସତରେ ଏ କଳିଯୁଗରେ ଭବ ସାଗରରୁ ପାରିହେବାକୁ ହେଲେ …..

ସତରେ ଏ କଳିଯୁଗରେ ଭବ ସାଗରରୁ ପାରିହେବାକୁ ହେଲେ ହରି ନାମ ନିହାତି ଆବଶ୍ୟକ କ୍ଷ ତେଣୁ କଥାରେ ଅଛି…. “ହରି ନାମେ କି ରସ ଅଛି, ପାନ କଲା ଲୋକ ସେ ଜାଣିଛି” କ୍ଷ ଆଜ୍ଞା ହଁ ହରିନାମରେ ବହୁତ ରସ ଅଛି କ୍ଷ ଜିଏ ଏହାକୁ ଯେତେ ଚିପୁଡ଼ିବ ସେ ତାହା ଠାରୁ ଅମୃତ ମୟ ରସ ବାହାର କରିପାରିବ କ୍ଷ ତେଣୁ ହରିବିନା ଏ ସଂସାର ତୁଛ କ୍ଷ ତାଙ୍କ ବିନା ଏ ଜଗତରେ ସବୁ ସମ୍ଭବ ଆଉ ଅସମ୍ଭବ ମଧ୍ୟ କ୍ଷ ସେ ଚାହିଁଲେ ସବୁକିଛି କରିପାରିବେ ନ ଚାହିଁଲେ କିଛି କରିପାରିବେନି କ୍ଷ ସଂସାରରେ ଯାହାବି ହେଉଛି ସବୁ ତାଙ୍କରି ନିର୍ଦେଶରେ ହିଁ ଚାଲିଛି କ୍ଷ ମଣିଷ କେବଳ ମାଧ୍ୟମ କ୍ଷ ସେ ହେଉଛନ୍ତି ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଓ ସଂହାର କର୍ତ୍ତା କ୍ଷ କେବଳ ବିଭିନ୍ନ ରୂପରେ ସେ କାର୍ୟ୍ୟ କରିଥାନ୍ତି କ୍ଷ ସେମିତି ଜଣେ ବଡ ଭକ୍ତ ଶ୍ରୀଚୈତ୍ୟନ୍ ମହା ପ୍ରଭୁ ଭଗବାନଙ୍କ ନିକଟତର ହେବାକୁ ପଶ୍ଚିମବଙ୍ଗର ନଦିଆ ନବ ଦୀପରୁ ଚାଲି ଚାଲି ପ୍ରଭୁଙ୍କ ନାମ କୀର୍ତ୍ତନ କରି କରି ପୁରୀ ଧାମରେ ପହଞ୍ଚିଥିଲେ କ୍ଷ ସେଇ ବିଶ୍ଵନିଆନ୍ତଙ୍କ ପାଖରେ ସମର୍ପଣ କରି ସେଇ ଜାଗାରେ ସବୁଦିନ ପାଇଁ ଅବସ୍ଥାପିତ କରିଗଲେ କ୍ଷ କାରଣ ସେ ଜାଣି ଯାଇଥିଲେ ଏହିଁ ଉପଯୁକ୍ତ ସ୍ଥାନ ଯୋଉଠୀ ଲୋଭ, ମୋହ, ମାୟ, ଗର୍ବ, ଅହଙ୍କାର ଓ ଭେଦଭାବ ନାହିଁ କ୍ଷ କାରଣ ଏଠି ଯିଏ ସେ ସବୁକୁ କରିବ ପ୍ରଭୁ କ୍ଷମା ଦେବେନାହିଁ କ୍ଷ ପ୍ରଭୁ ଚୈତ୍ୟନ ପ୍ରଭୁଙ୍କର ନାମ କୀର୍ତ୍ତନକୁ ଗାଁ ଠାରୁ ଆରମ୍ଭ କରି ପୁର ପଲ୍ଲୀ ଏବଂ ସହର ପର୍ୟ୍ୟନ୍ତ ଏମିତି ଭାବେ ବ୍ୟାପକ କରି ଦେଇଥିଲେ କ୍ଷ ସେବେ ଠାରୁ ହରି ନାମରେ ସମସ୍ତେ ବିଭୋର ହୋଇ ପ୍ରଭୁଙ୍କ ଗୁଣକୀର୍ତ୍ତନ ଆରମ୍ଭ କରି ଚାଲିଲେ କ୍ଷ ସତରେ ଏ ନଟ ଖଟିଆ ସରଲବଣୀ ଚୋରକୁ ବୁଝିବା ବହୁତ କଷ୍ଟ କ୍ଷ ହରି ନାମରେ ଏତେ ଅମୃତ ଥାଏ ଯିଏ ଏହାକୁ ଧରିଛି ସେ ଏ ଭବ ସାଗରରୁ ମୁକ୍ତି ପାଇଯାଇଛି କ୍ଷ ଆମେ ମାନେ ପୁରାଣରୁ ବହୁତ କଥା ଶୁଣିଚେ କ୍ଷ ଚାରି ଯୁଗରେ ଚାରି ଅବତାର ନେଇ ସେ ନଟ ଖଟିଆ ତାଙ୍କର ଲୀଳା ଖେଳା କରିଥଲେ କ୍ଷ ତାଙ୍କ ମାୟା ଜାଣିବା, ବୁଝିବା ବହୁତ କଷ୍ଟ କ୍ଷ ଏଇ କଳୀ ଯୁଗରେ ସେଇ ବିଶ୍ଵ ନିଅନ୍ତାଙ୍କ ନାମ ଧରି, ତାଙ୍କରି ଶରଣାର ବିନ୍ଦେ ନିଜକୁ ସମର୍ପଣ କରିଦେବା କ୍ଷ ଏତିକି ଟିକେ ତାଙ୍କ ପାଖରେ କରିଦେଲେ ନାଁ ଆମ ମଣିଷ ଜୀବନ ସାର୍ଥକ ହେଇଯିବକ୍ଷ

ସେଇ ପରୀପ୍ରେକ୍ଷୀରେ ଆଜି ସେମିତି ଏକ ଅନୁଷ୍ଠାନ ଦୀର୍ଘ ଉଣେଇଶ ବର୍ଷରେ ପହଞ୍ଚିଛି କ୍ଷ ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ କ୍ଷ ଗ୍ରାମର ମେଳା ବଟ ଠାରେ ହରି ଗୋସାଇଁଙ୍କ ଲୀଳା ଚାଲିଛି କ୍ଷ ଏହି ସ୍ଥାନଟି ଏକ ଐତିହ ସମ୍ପର୍ଣ୍ଣ ଜାଗା ନ କହିଲେ ହେବ କ୍ଷ ବହୁ ପୁରାତନ କାଳରେ ଏହି ଜାଗାରେ ପ୍ରଭୁଙ୍କର ବହୁତ ମାହାତ୍ୟମ ଅଛି କ୍ଷ ଏହି ମେଳା ବଟ ଠାରେ ଆଗରୁ ମେଳଣ ହେଇ ଆସୁଥିଲା କ୍ଷ ସେହି ମେଲଣର ନାମ ଥିଲା ଚରଣିଆ ମେଲଣ କ୍ଷ ଉକ୍ତ ଗ୍ରାମର ଚରଣୀ ବିଶ୍ୱାଳ ନାମକ ଏକ ବ୍ୟକ୍ତି ଏହି ମେଳଣଟିକୁ ଗ୍ରାମବାସୀଙ୍କ ସହଯୋଗରେ କରୁଥିଲେ କ୍ଷ ବିଭିନ୍ନ ଆଡୁ ବହୁ ବିମାନ ଆସୁଥିଲା କ୍ଷ ଆଉ ସେହି ବିମାନରେ ରାଧାକ୍ରିଷ୍ଣ ବସି ଝୁଲି ଝୁଲି ମେଲନ ଆସୁଥିଲେ ଆଉ ଉକ୍ତ ଜାଗାରେ ବସୁଥିଲେ କ୍ଷ କ୍ରମେ କିଛି ବର୍ଷ ଚାଲିଲା ପରେ ସେ ବନ୍ଦ ହୋଇଗଲା କ୍ଷ ତାପରେ ଗ୍ରାମର କିଛି ଯୁବକ ମିଶି କିଛି ବର୍ଷ କଲେ କ୍ଷ କିନ୍ତୁ ସେବି ବନ୍ଦ ହୋଇଗଲା କ୍ଷ ସେହି ମେଳା ବଟରେ ପ୍ରଭୁଙ୍କ ଲୀଳାଖେଳା ଚାଲିଥିଲା

ଆଉ ସେ ଜାଗାଟି ମଧ୍ୟ ତାଙ୍କରି ଚରଣା ବିନ୍ଦରେ ରହିଥିଲା କ୍ଷ ଏମିତି କିଛି ବର୍ଷ ଗଲା ପରେ ପ୍ରଭୁଙ୍କର କି ଅପାର କରୁଣା ଦେଖନ୍ତୁ ପୁଣି ସେହି ଯାଗାରେ ତାଙ୍କରି ନାଟ ପୁଣି ଚାଲିଲା କ୍ଷ ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ଏକ ଅଷ୍ଟପ୍ରହରୀ କରିବା ପାଇଁ ନିଷ୍ପତି ନେଲେ କ୍ଷ କେଉଁଠି କରିବା ପାଇଁ ଜାଗା ଖୋଜିଲେ କ୍ଷ କିନ୍ତୁ ପ୍ରଭୁଙ୍କର ତ ସେହିଟି ଲୀଳା କରିବାର ଅଛି ସେ ଆଉ କୋଉଠିକି କାହିଁ ଯିବେ କ୍ଷ ତେଣୁ ସେହିଁ ଜାଗାରେ ଆରମ୍ଭ ହୋଇଗଲା ପ୍ରଭୁଙ୍କର ନାମ ଯଂଜ୍ଞ କ୍ଷ ଦେଖନ୍ତୁ ପ୍ରଭୁଙ୍କର କି ବିଚିତ୍ର ଖେଳ କ୍ଷ ମୋ ଜାଗା ଥାଉ ଥାଉ ମୁଁ କାହିଁ କୋଉଠିକି ଯିବି କ୍ଷ ଆଗରୁ ଯୋଉଠି ଥିଲି ଏବେବି ସେହିଠି ରହିବି କ୍ଷ ବର୍ଷ ପରେ ବର୍ଷ ଅତିକ୍ରମ କଲା ଆଉ ପ୍ରଭୁଙ୍କର ନାମଯଂଜ୍ଞ ମଧ୍ୟ ଚାଲିଲା କ୍ଷ ସମସ୍ତେ କୁହନ୍ତି ପ୍ରଭୁଙ୍କୁ ଯୋଉଠି, ଯୋଉ ଜାଗାରେ ଭକ୍ତିରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି ସେଟାତ ଠିକ କଥା କ୍ଷ କିନ୍ତୁ ବେଳେ ବେଳେ ପ୍ରଭୁଙ୍କୁ ଯୋଉ ଜାଗାବି ପସନ୍ଦ ନୁହେଁ ସେ ମଧ୍ୟ ସେ ଜାଗାରେ ରୁହନ୍ତିନି କ୍ଷ ପ୍ରଭୁଙ୍କର ଇଛା ଥିଲା ଯୋଉ ମେଳାବଟରେ ବିଗତ ଦିନରେ ମୋ ପାଇଁ ଭକ୍ତଙ୍କ ଗହଳି ଚହଳି ଚାଲିଥିଲା

ସେହିଁ ଜାଗାରେ ପୁଣି ଭକ୍ତଙ୍କ ଗହଳି ଚହଳୀ ଲାଗିରହୁ କ୍ଷ ତାହାର ଆଜି ଉଦାହରଣ ଦେଖିବାକୁ ମିଳିଛି କ୍ଷ ପୁଣି ସେହି ମେଳା ବଟରେ ହରିର ନାଟ ଚାଲିଛି କ୍ଷ ଆଉ ଭକ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଲା କ୍ଷ ସତରେ ସେ ଭାରି ନଟଖଟିଆ, ଲବଣି ଚୋର କେତେବେଳେ ହସାଉଛି ତ କେତେବେଳେ କନ୍ଦାଉଛି କ୍ଷ ସେହି ହରିଙ୍କ ବିନା କିଛିବି ହୋଇପାରେନା କ୍ଷ ସବୁ ତାଙ୍କରି ଠାରୁ ଆରମ୍ଭ ଆଉ ତାଙ୍କରି ଠାରେ ଶେଷ କ୍ଷ ଆଜି ଉକ୍ତ ଗ୍ରାମର ମେଳା ବଟଟି ଏକ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହେଇଛି କ୍ଷ ପ୍ରତ୍ୟେକ ଦିନ ସକାଳେ ଓ ସଂଧ୍ୟାରେ ଘଣ୍ଟ ନାଦରେ ପରିବେଶଟି କମ୍ପନ ସୃଷ୍ଟି ହୋଇଥାଏ କ୍ଷ ଉକ୍ତ ଜାଗାଟି ଗ୍ରାମବାସୀଙ୍କ ଦ୍ଵାରା ବହୁତ ଉନ୍ନତି ଆଡ଼କୁ ଗଟି କରି ଚାଲିଛି କ୍ଷ ସତରେ ପ୍ରଭୁଙ୍କର କି ଲୀଳା ତାଙ୍କରି ଇଚ୍ଛାରେ ସବୁ ହେଉଛି କ୍ଷ ଗୀତାରେ ଭଗବାନ କହିଛନ୍ତି ” କରି କରାଉ ଥାଏ ମୁହିଁ, ମୋ ଵିନୁ ଅନ୍ୟ ଗତି ନାହିଁ” କ୍ଷ ମୁହିଁ ହିଁ ସବୁ କ୍ଷ ତେଣୁ ତମେ ମାନେ ମତେ ପାଇବାକୁ ହେଲେ ମୋ ନାମକୀର୍ତ୍ତନ କର କ୍ଷ ଆସନ୍ତୁ ସମସ୍ତେ ମିଶି ସେହିଁ ପରମ ଆତ୍ମାଙ୍କ ପାଖରେ ନିଜକୁ ସମର୍ପଣ କରିଦେବା ଆଉ ତାଙ୍କରି ଗୁଣକୀର୍ତ୍ତନ କରି ଏ ଭବ ସାଗରରୁ ବିଦାୟ ନେଇଯିଵା ତାହେଲେ ମଣିଷ ଜୀବନ ସାର୍ଥକ ହୋଇଯିବ କ୍ଷ…. ଜୟ ହରି ଗୋସାଇଁ ମହାପ୍ରଭୁ

ଶ୍ରୀ ସୁଧାଂଶୁ କୁମାର ପରିଡା

ଗରଗାଲି, କୁନ୍ଦଳ, ଯାଜପୁର