ଅଲିଭ୍‌ ରିଡ୍‌ଲେ ସୁରକ୍ଷା ପ୍ରତି ଆମ ପ୍ରଯତ୍ନ

ଓଡ଼ିଶାର ଋଷିକୁଲ୍ୟା ଓ ଗହୀରମଥା ମୁହାଣକୁ ଆସୁଥିବା

ଓଡ଼ିଶାର ଋଷିକୁଲ୍ୟା ଓ ଗହୀରମଥା ମୁହାଣକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ଆମର ଅତିଥି। ତାଙ୍କର ସୁରକ୍ଷା ଆମର ଦାୟିତ୍ୱ। ପୃଥିବୀରେ ଭାରସାମ୍ୟ ରଖିବା ପାଇଁ ବୋଧେ ଈଶ୍ୱର ସୃଷ୍ଟି କରିଛନ୍ତି ଅନେକ ଜୀବଜନ୍ତୁ ଏବଂ ଗଛଲତା। ସେଥିଲାଗି ତ ଆମ ପୁରାଣରେ ଦଶ ଅବତାରର ଅନ୍ୟତମ ଅବତାର ହେଉଛନ୍ତି କୂର୍ମ ବା କଇଁଛ। ଏବେ ଏହି ପୃଥିବୀ ଲୋକ କିନ୍ତୁ ତା’ର ଶତ୍ରୁ ପାଲଟିଛନ୍ତି। ତେଣୁ ଏହି ବିରଳ ଜନ୍ତୁଙ୍କୁ ବଂଚାଇ ରଖିବା ପାଇଁ ଉଦ୍ୟମ କରିବା।
ଅଲିଭ ରିଡ୍‌ଲେ କଇଁଛ ସାଧାରଣତଃ ପ୍ରଶାନ୍ତ ମହାସାଗର, ଭାରତ ମହାସାଗରରେ ବାସ କରନ୍ତି। ଅଲିଭ ରିଡ୍‌ଲେ କଇଁଛମାନେ ଶ୍ରୀଲଙ୍କା ଉପକୂଳରୁ ଆସି ଓଡ଼ିଶାର ଗହୀରମଥା ଏବଂ ରୁଷିକୁଲ୍ୟା ନଦୀ ମୁହାଣରେ ସମୂହ ଅଣ୍ଡାଦାନ କରିଥାନ୍ତି।

ଏହି କଇଁଛମାନେ ହଜାର ହଜାର କିଲୋମିଟର ଦୂରରୁ ଆସି ଓଡ଼ିଶା ଉପକୂଳକୁ ନିଜର ପ୍ରଜନନସ୍ଥଳ ଭାବେ ସ୍ଥିର କରିଥିବା ବେଳେ ଏମାନଙ୍କୁ ସୁରକ୍ଷା ଦେବା ଉଚିତ। ଏହା ଏକ ବିରଳ ପ୍ରାକୃତିକ ଘଟଣା। ପ୍ରକୃତି ଏହି ଅଣ୍ଡାର ଯତ୍ନନିଏ ଏବଂ ଏହି ଅଣ୍ଡାରୁ କଇଁଛ ଶାବକ ଜନ୍ମ ନେଇ ସିଧା ମୁହାଁନ୍ତି ଗଭୀର ସମୁଦ୍ର ଜଳରାଶି ଆଡ଼କୁ।
କଇଁଛମାନଙ୍କ ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସେମାନଙ୍କ ଆଗମନଠାରୁ ଶାବକ ଜନ୍ମହେବା ପର୍ଯ୍ୟନ୍ତ ଏମାନଙ୍କୁ ଆବଶ୍ୟକ ହୋଇଥାଏ ସୁରକ୍ଷା।
ଭଗବାନ ବିଷ୍ଣୁ ସ୍ୱୟଂ କଚ୍ଛପ ରୂପ ଧାରଣ କରିଥିବାରୁ କଇଁଛକୁ ଆମ ସଂସ୍କୃତିରେ ଏକ ସତନ୍ତ୍ର ସ୍ଥାନ ଦିଆଯାଇଛି। ତେଣୁ ଆମ ଉପକୂଳକୁ ଆସୁଥିବା ଅତିଥିଙ୍କୁ ସୁରକ୍ଷା ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ।
କେ. ଗୁରୁନାଥ ରେଡ୍ଡୀ,
ମୟୂରପଦା, ଗଞ୍ଜାମ