୧୮୬୫ ମସିହା ଆଜିର ଦିନରେ ପଞ୍ଜାବର ଫରିଦକୋଟ୍ରେ ଲାଲା ଲଜପତ ରାୟ ଜନ୍ମଲାଭ କରିଥିଲେ। ଭାରତକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ପାଇଁ ନିଜ ଶରୀର ପ୍ରତି ଚରମ ଅବହେଳା କରିଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଲାଲା ଲଜପତ। ଭାରତୀୟ ଜାତୀୟ କଂଗ୍ରେସର ଚରମପନ୍ଥୀ ନେତା ଭାବେ ଜଣାଶୁଣା ଲାଲା ଲଜପତଙ୍କୁ ‘ପଞ୍ଜାବ କେଶରୀ’ ଉପାଧି ମିଳିଥିଲା। ଆଇନ ଶିକ୍ଷା ଲାଭ କରିବା ପରେ ହିସାରରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସ୍ୱାମୀ ଦୟାନନ୍ଦଙ୍କ ସଂସ୍ପର୍ଶରେ ଆସିବା ପରେ ଲାଲା ଆର୍ଯ୍ୟ ସମାଜ ପ୍ରତିି ଅନୁପ୍ରାଣିତ ହୋଇଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମକୁ ବଂଚାଇ ରଖିବା ପାଇଁ ଲାଲାଜୀଙ୍କ ବଳିଦାନ ଆଜି ମଧ୍ୟ ତାଙ୍କୁ ସ୍ମରଣୀୟ କରିଛି।
୧୯୩୦ ମସିହା ଆଜିର ଦିନରେ ହିସାରରେ ଏକ ସଂଗୀତ ଖାନଦାନରେ ପଣ୍ଡିତ ଜସରାଜ ଜନ୍ମଲାଭ କରିଥିଲେ। ଭାରତର ଶାସ୍ତ୍ରୀୟ ସଂଗୀତରେ ଜଣାଶୁଣା ନାମଟିଏ ପଣ୍ଡିତ ଜସରାଜ। ମାତ୍ର ତିନିବର୍ଷ ବୟସରେ ଶାସ୍ତ୍ରୀୟ ସଂଗୀତକୁ ଆଦରି ନେଇଥିବା ପଣ୍ଡିତ ଜସରାଜ ୨୦୦୦ ମସିହାରେ ପଦ୍ମ ବିଭୂଷଣ, ୧୯୯୦ ମସିହାରେ ପଦ୍ମଭୂଷଣ, ୧୯୭୫ ମସିହାରେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ।
୧୯୬୧ ମସିହା ଆଜିର ଦିନରେ ବାଙ୍ଗାଲୋରରେ ପ୍ରଥମେ ଏଚ୍ଏମ୍ଟି କମ୍ପାନୀ ଘଂଟା ତିଆରି କରିଥିଲା।
୧୯୬୨ ମସିହା ଆଜିର ଦିନରେ ଆମେରିକାର ଚନ୍ଦ୍ର ଅଭିଯାନ ବିଫଳ ହୋଇଥିଲା।