ଚାକିରି ଖୋଜୁଛନ୍ତି! ଇଣ୍ଡିଆନ୍ ଅଏଲ୍ ସଂସ୍ଥାରେ ୫୩୭ ପଦବୀ ଖାଲି

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ୫୩୭ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଅନ୍ ଲାଇନ୍ ଜରିଆରେ ଆବେଦନ କରିବାକୁ ପଡ଼ିବ ।

ଆଗ୍ରହୀ ଯୁବକ ଯୁବତୀମାନେ ଅଗଷ୍ଟ ୨୯ ତାରିଖରୁ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା, ବୟସ ସଂକ୍ରାନ୍ତ ବିବରଣୀ ଜାଣିବାକୁ ଚାହୁଁଥିଲେ, ଇଣ୍ଡିଆନ୍ ଅଏଲ୍ ସଂସ୍ଥାର ବ୍ୟକ୍ତିଗତ ୱେବ୍ ସାଇଟ୍ ଯାଇ ଅନୁସନ୍ଧାନ କରିବାକୁ କୁହାଯାଇଚି ।

ଯୋଗ୍ୟ ବିବେଚିତ ଯୁବକ ଯୁବତୀମାନଙ୍କୁ ଆପ୍ରେଂଟିସ୍ ଭାବେ କାମ କରିବାକୁ ପଡ଼ିବ । ସେଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଷ୍ଟାଇପେଣ୍ଡ ଦିଆଯିବ ।