ଓଡ଼ିଶା ନିଯୁକ୍ତି ମେଳା : ୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି
ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ ଭୁଲିବେ ନାହିଁ..
ଓଡ଼ିଶା ନିଯୁକ୍ତି ମେଳା : ଭୁବନେଶ୍ୱର 6 ଜୁନ ୨୦୨୫ ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।