ସୁଟିଂ ସେଟ୍‌କୁ ଫେରିଲେ ଅଭିନେତା ଶ୍ରେୟାସ ତାଲପଡେ଼

ମୁମ୍ବାଇ: ହୃଦଘାତରୁ ଆରୋଗ୍ୟ ଲାଭ କରିବା ପରେ ସୁଟିଂ ମଇଦାନକୁ ଅବତୀର୍ଣ୍ଣ କରିଛନ୍ତି ବଲିଉଡ୍‌ ଅଭିନେତା ଶ୍ରେୟାସ ତାଲପଡେ଼ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ୱେଲକମ୍‌ ଟୁ ଦ ଜଙ୍ଗଲ’ ।ନିକଟରେ ଏକ ସାକ୍ଷାତକାରରେ ସେ ସହ-ଅଭିନେତା ଅକ୍ଷୟ କୁମାର ଓ ଅହମ୍ମଦ ଖାନଙ୍କ ପୂର୍ଣ୍ଣ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

ଶ୍ରେୟାସଙ୍କ ପରିବାର ମାନସିକ ଯନ୍ତ୍ରଣା ଭିତର ଦେଇ ଗତି କରୁଥିବା ସମୟରେ ଅକ୍ଷୟ ଓ ଅହମ୍ମଦଙ୍କ ଅକୁଣ୍ଠ ସହଯୋଗ ତାଙ୍କୁ ନବଜୀବନ ପ୍ରଦାନ କରିଛି ।ଏହି ଚଳଚ୍ଚିତ୍ର ସୁଟିଂ ସେଟ୍‌ରେ ଶ୍ରେୟାସ ହୃଦଘାତର ଶିକାର ହୋଇଥିଲେ । ଚେତା ହରାଇ ଶ୍ରେୟାସ ତଳେ ପଡ଼ି ଯାଇଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା ।