ତାପମାତ୍ରା ୮-୧୦ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା

ଭୁବନେଶ୍ୱର: ମାର୍ଚ୍ଚ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ବେଶ ହସଖୁସି ଭିତରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ କରାଯିବ । ଆଗାମୀ ୫ ଦିନ ଧରି ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ । ବୌଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ପ୍ରାୟ ୩୯ ଡିଗ୍ରୀ ରହିବ ।

ମାଲକାନାଗିରି, ରାୟଗଡ଼ା, ବଲାଙ୍ଗିର, ସୋନପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା । ଭବାନୀପାଟଣା, ସମ୍ବଲପୁର ଓ ପାରଳାଖେମୁଣ୍ଡି ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ସେଲସିୟସ ରହିବ ।

ଗତ ୨୪ ଘଂଟା ଭିତରେ ନୟାଗଡ଼ ତାପମାତ୍ରା ୩୧ ଡିଗ୍ରୀ ଥିଲାବେଳେ ଅନୁଗୁଳ ତାପମାତ୍ରା ସର୍ବନିମ୍ନ ୧୨ ଡିଗ୍ରୀ ଦେଖିବାକୁ ମିଳିଛି । ଆଗାମୀ ୨୪ ଘଂଟା ଭିତରେ କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଜପତି ଜିଲ୍ଲାର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ଘନଘନ ବିଜୁଳି ଘଡ଼ଘଡ଼ି ଓ ତୁହାକୁ ତୁହା କାଲୁଆ ପବନ ବହିଚାର ଆଶଙ୍କା କରାଯାଉଛି ।