ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ପକ୍ଷରୁ ୫୮୬ ପଦବୀ ପୂରଣ କରାଯିବ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ଗ୍ରୁପ ବି ଓ ଗ୍ରୁପ ସି ସ୍ତରରେ ପ୍ରାୟ ୫୮୬ ପଦବୀ ପୂରଣ ପାଇଁ ଆଶାୟୀ ଯୁବକ ଯୁବତୀଙ୍କୁ ବିଜ୍ଞାପନ ଜରିଆରେ ଅବଗତ କରାଯାଇଛି ।

ଷ୍ଟାଫ୍‌ ସିଲେକ୍‌ସନ୍‌ ଆୟୋଗ ପକ୍ଷରୁ ୨୦୨୪ ଏପ୍ରିଲ ୫ ତାରିଖ ଦିନଠାରୁ  ଅନ୍‌ ଲାଇନ୍‌ରେ ଆବେଦନ ପତ୍ର ଗ୍ରହଣ କରାଯିବ । ଆବେଦନ କରିବାର ଅନ୍ତିମ ଦିବସ ୨୦୨୪ ମେ’ ୨ ତାରିଖ ଧାର୍ଯ୍ୟ କରାଯାଇଛି ।

କୃତୀ ଯୁବକ ଯୁବତୀଙ୍କୁ ଇନସ୍ପେକ୍ଟର ଅଫ୍‌ ଏଣ୍ଡାଓମେଂଟ, ଆସିଷ୍ଟାଂଟ, ଅଡିଟର, କୋ-ଅପରେଟିଭ ସୋସାଇଟି ଇନସ୍ପେକ୍ଟର ଓ ଆସିଷ୍ଟାଂଟ ପଦବୀରେ ଅବସ୍ଥାପିତ କରାଯିବ ।