ପ୍ରତି ଚାରିଜଣରେ ଜଣେ ଭାରତୀୟ ସାଇବର ଠକାମିର ଶିକାର

ନୂଆଦିଲ୍ଲୀ: ପ୍ରତି ଚାରିଜଣ ଭାରତୀୟଙ୍କ ଭିତରୁ ଜଣେ ସାଇବର ଠକାମିର ଶିକାର ହୋଇଥିବା ବିଷୟ ଆର୍ଥିକ ସର୍ବେକ୍ଷଣରୁ ଜଣାପଡ଼ିଛି । ଇ-ମେଲ, ସୋସିଆଲ ମିଡିଆରେ ପ୍ରସାରିତ ବିଜ୍ଞାପନ, ମଣିଷ-ମଣିଷ ମଧ୍ୟରେ ସଂପର୍କ ସ୍ଥାପନ କରିବାର ସମସ୍ତ ମିଡିଆ ଜରିଆରେ ପ୍ରତିଦିନ ଲକ୍ଷ-ଲକ୍ଷ ଲୋକ ସାଇବର ଠକଙ୍କ ମାୟାଜାଲରେ ଫସି ଯାଉଛନ୍ତି । ନିରୀହ ଲୋକମାନେ ସାଇବର ଠକଙ୍କ ଉପରେ ଭରସା କରି ଡିଜିଟାଲ ପେମେଂଟ ଜରିଆରେ ନିମିଷକ ଭିତରେ ହଜାର ହଜାର ଟଙ୍କା ଗଣି ଦେଉଛନ୍ତି ।

ପରେ ବାସ୍ତବ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । କିଛି ସାମାଜିକ ପ୍ରତିଷ୍ଠିତ ଓ ସଚେତନ ନାଗରିକ ମଧ୍ୟ ଅଧିକ ଲାଭ ଆଶାରେ ଲକ୍ଷାଧିକ ଟଙ୍କା ହରାଇ କପାଳରେ କର ପିଟୁଛନ୍ତି ।ଗତ ବର୍ଷକ ଭିତରେ ପ୍ରାୟ ୭୫ ହଜାରରୁ ଅଧିକ ସାଇବର ଠକାମି ମାମଲା ଏକ ଆର୍ଥିକ ସର୍ବେକ୍ଷଣ ସଂସ୍ଥା ଦୃଷ୍ଟିକୁ ଆସିଛି ।