ରାଜଧର୍ମ ପାଳନ କରୁଛନ୍ତି ବିଜେଡି-ବିଜେପି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେଡି-ବିଜେପି ମେଂଟ ବିଷୟ ଚୂଡ଼ାନ୍ତ ହୋଇ ନଥିବା ସ୍ପଷ୍ଟ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଫୋନ୍‌ କରି ସଂପୃକ୍ତ ବିଷୟ ଜଣାଇବେ । ଅମିତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷତା ପ୍ରତି ଓଡ଼ିଶାର ଜନତାଙ୍କ ମନରେ ବିଶ୍ୱାସ କ୍ରମେ ବୃଦ୍ଧି ପାଉଛି । ଓଡ଼ିଶାରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗିଛି । ଓଡ଼ିଶା ବିଜେପି କର୍ମୀଙ୍କ ମନରେ ନୂତନ ଆଶା ଦେଖିବାକୁ ମିଳୁଛି । ଏଥର ବିଜେପି ଓଡ଼ିଶା ରାଜନୀତିରେ ଅଲିଭା ଦାଗ ସୃଷ୍ଟି କରିବ ବୋଲି ଅମିତ କହିଛନ୍ତି ।

ମାତ୍ର ଦିନକ ତଳେ ବିଜେଡିର ମେଘନାଦ କହିଥିଲେ ଯେ ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ସହିତ ମେଂଟ କରିବା ପାଇଁ ବିଜେଡି ପ୍ରସ୍ତୁତ ।  ବିଜେପି ନେତା ଅମିତ ଶାହଙ୍କ ସହିତ ଆଲୋଚନା ନକରି ମେଘନାଦଙ୍କ ପାଟିରୁ ଏଭଳି କଥା ବାହାରିବା ଆକସ୍ମିକ ନୁହେଁ ତ?ଦୁଇଟି ଯାକ ଦଳ ରାଜଧର୍ମ ପାଳନ କରୁକରୁ ଦେଶବାସୀଙ୍କ ପକେଟରୁ ପ୍ରାୟ ୧୦ ହଜାର କୋଟି ଟଙ୍କା ଲୁଟିବା ବିଷୟଟା ଅବଶ୍ୟ ଯୋଜନାବଦ୍ଧ ।