ବାଇକ ଡିକିରୁ ସାଢେ଼ ୫ ଲକ୍ଷ ଟଙ୍କା ଲୁଟ

ବ୍ରହ୍ମପୁର: ଆଜିକାଲି ବାଇକ ଡିକି ଲୁଟିବା ବ୍ୟବସାୟଟି ବେଶ ସଫଳତାର ସହ ଆଗେଇ ଚାଲିଛି । ବିଭିନ୍ନ କାମରେ ବ୍ୟସ୍ତ ରହି ପୁଲିସ ଅପରାଧିଙ୍କ ଉପରେ କଡ଼ା ଦୃଷ୍ଟି ରଖି ପାରୁନାହାନ୍ତି ବୋଲି କହିବା ଧୃଷ୍ଟତା ହେବ ।ପରିସ୍ଥିତି ଦୃଷ୍ଟିରୁ ପୁଲିସ ଓ ଅପରାଧିଙ୍କୁ ଦାୟୀ କରିବା ଅପେକ୍ଷା ଜନତାଙ୍କ ସର୍ତକତାକୁ ଦୋଷ ଦିଆଯିବା ସବୁଠାରୁ ଉଚିତ ।

କଥା କ’ଣ କି, ବୁଧବାର ଦିନ କିଛି ଅପରାଧି ଗୋଟିଏ ବାଇକ୍‌ ଡିକି ଭାଙ୍ଗି ତା’ ଭିତରେ ରଖାଯାଇଥିବା ୫ ଲକ୍ଷ ୬୦ ହଜାର ଟଙ୍କା ନେଇ ଯାଇଛନ୍ତି ।  ଘଟଣାଟି ବ୍ରହ୍ମପୁର ସହରରେ ଘଟିଛି । କୃଷ୍ଣ ମହାପାତ୍ର ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ତାକୁ ବାଇକ୍‌ ଡିକିରେ ରଖିବା ପରେ ବାଇକଟିକୁ ଧରି ଗୋଟିଏ ଚା’ ଦୋକାନ ଆଗରେ ରଖିଥିଲେ ।

ଦୋକାନ ଆଗରେ ଠିଆ ହୋଇ ଚା’ ପିଉଥିବା ସମୟରେ ତାଙ୍କ ବାଇକ ଡିକିରୁ ଟଙ୍କା ଚୋରି ହୋଇଗଲା । ସଂପୃକ୍ତ ଘଟଣାଟି କ୍ୟାମେରାରେ ସୁଟିଂ ହୋଇଯାଇଛି । ବୈଦ୍ୟନାଥପୁର ପୁଲିସ ମାମଲାର ତଦନ୍ତ କରୁଛି ।