ମୁମ୍ବାଇ: ଶୁଭ ଦିନ ଯେତିକି ପାଖେଇ ଆସୁଛି ଚଙ୍କି ତନୟା ଅନନ୍ୟାଙ୍କ ଉକ୍ରଣ୍ଠା ସେତିକି ବଢ଼ି ଚାଲିଛି । ସେ ଅଭିନୟ କରିଥିବା ‘ଲିଗର’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ସଫଳତା ପାଇଁ ସେ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଏ ସମ୍ପର୍କରେ ଅନନ୍ୟା କହନ୍ତି ଯେତେବେଳେ ଶୁଟିଂ ହେଉଥିଲା ମୁଁ ଜାଣିଥିଲି ଯେ ଏହା ନିଶ୍ଚୟ ହିଟ୍ ହେବ । ତାହା ଆଜି ସତରେ ପରିଣତ ହୋଇଛି । ଏହି ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, କନଡ଼ ଏବଂ ମାଲାୟାଲାମ ଭାଷାରେ ପ୍ରସ୍ତୁତ ହୋଇଛି ।