ଗିଫ୍ଟ ଦେଖି ଖୁସିରେ ଗଦଗଦ କିଆରା

ବଲିଉଡ ହଟ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଏକ ଗିଫ୍ଟ ….

ମୁମ୍ବାଇ: ବଲିଉଡ ହଟ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଏକ ଗିଫ୍ଟ ମିଳିଛି, ଯାହାକୁ ସେ ଭୁଲିପାରିବେ ନାହିଁ ବୋଲି କହିବୁଲୁଛନ୍ତି । ନିକଟରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ । ଏହି ପାର୍ଟି ପାଇଁ ସେ ସୀମିତ ସଂଖ୍ରକ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ସେଠାରେ ପହଞ୍ôଚଥିଲେ ତାଙ୍କର କୋ-ଷ୍ଟାର କାର୍ତ୍ତିକ ଆର୍ଯ୍ୟନ । ସାଙ୍ଗରେ ନେଇଥିବା ଗିଫ୍ଟ ପ୍ୟାକେଟକୁ ସେ ତାଙ୍କ ହାତକୁ ବଢ଼ାଇ ତାହାକୁ ସାଙ୍ଗେ ସାଙ୍ଗେ ଖୋଲିବାକୁ କହିଥିଲେ । ତାହା ଭିତରେ ଏକ ନୂଆ କାରର ଚାବି ଏବଂ ଏକ ଲେଖା । ସେଥିରେ ଯାହା ଲେଖାହୋଇଥିଲା, ତାହାକୁ ପଢ଼ି ଖୁସିରେ ଗଦଗଦ ହୋଇଯାଇଥିଲେ କିଆରା । ଏ ନେଇ ସେ କହନ୍ତି ତାହା ଥିଲା ମୋ ନୂଆ ସିନେମାର ଟାଇଟଲ ସାର୍ଟିଫିକେଟ । ଏହି ଫିଲ୍ମର ଟାଇଟଲକୁ ନେଇ ବିବାଦ ଦେଖାଯିବା ପରେ ତାହାକୁ ପରିବର୍ତ୍ତନ କରାଯାଇଥିଲା । ପ୍ରଥମେ ‘ସତ୍ୟନାରାୟଣ କି ପ୍ରେମକଥା’ ଥିବା ଟାଇଟଲକୁ ବଦଳାଇ ‘ସତ୍ୟପ୍ରେମ କି କଥା’ ରଖାଯାଇଛି ।