୯ କୋଟି ଟଙ୍କାର ଅଫର ଛାଡିଲେ କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବେ ନିଜର ଏକ….

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବେ ନିଜର ଏକ ନିଷ୍ପତ୍ତି ବଳରେ ପୁଣିଥରେ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ନିକଟରେ କାର୍ତ୍ତିକ ୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନାଯୋଗ୍ୟ ଏକ ପାନ ମସଲା କମ୍ପାନୀର ପ୍ରଚାର କରିବାକୁ ନେଇ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ଆଗାମୀ ଭବିଷ୍ୟତରେ ନିଜ ଦ୍ୱାରା ପ୍ରଚାରିତ ବିଜ୍ଞାପନ ପ୍ରତି ସତର୍କ ରହିବେ ଦର୍ଶାଇ ଅକ୍ଷୟ ସଭିଙ୍କୁ କ୍ଷମା ମାଗିଥିଲେ ।