ପ୍ରେମ କରୁକରୁ ବାହା ହେଇଗଲେ ଅଭିନେତ୍ରୀ ହିନା ଖାନ୍‌

ସାଙ୍ଗସାଥୀ, ପରିବାର ଲୋକ କାହାକୁ ଜଣାଇ ନାହାନ୍ତି ଅଭିନେତ୍ରୀ ହିନା ଖାନ । ଦିନକ ପୂର୍ବରୁ ପ୍ରେମିକ ରକି ଜୟସ୍ୱାଲ ସହିତ ଡେଟିଂରେ ଯାଇଥିଲେ । ଆଜି ଫେରିଲେ ବରବଧୂ ସାଜି । ସମସ୍ତେ ଆଶ୍ଚର୍ଯ୍ୟ । ପ୍ରଶଂସକମାନେ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ଚଳଚ୍ଚିତ୍ର ସୁଟିଂ ଭଳି ଲାଗୁଛି ।

ହିନା ଖାନଙ୍କ ହାତରେ ମେହେନ୍ଦି ଲାଗିଛି । ନବବଧୂ ଭଳି ସଜାଇ ହୋଇଛନ୍ତି । ଭାରି ସୁନ୍ଦର ଦିଶୁଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ନବବଧୂ ଛବିଟି ଭାରି ମାନୁଛି । ବିବାହ ମଣ୍ଡପରୁ ସିଧା ସିଧା ଚାଲି ଆସିଛନ୍ତି ଗୋଟିଏ କାର୍ଯ୍ୟକ୍ରମକୁ ।
ଉପସ୍ଥିତ ଜନତାଙ୍କ ଆଗରେ ନିଜର ବିବାହକୁ ସ୍ୱୀକାର କରି ହିନା କହିଛନ୍ତି, ଜୀବନକୁ ମନଭରି ଉପଭୋଗ କରିବା ମୋର ଅଭିଳାଷ ଥିଲା । ତାହା ପୂରଣ ହୋଇଯାଇଛି ।

ଆଗକୁ ଯେତିକି ଦିନ ବଂଚିବି । ହସିଖେଳି ନାଚିଗାଇ କଟାଇ ଦେବି । ରକି ମୋତେ ଠିକ ଭାବରେ ବୁଝି ପାରିଛନ୍ତି । ଆପଣ ଜାଣନ୍ତି, ହିନା ବେଶ କିଛି ମାସ ଧରି କର୍କଟ ରୋଗରେ ପୀଡ଼ିତ । ହିନା କହିଛନ୍ତି, ‘ଆପଣମାନଙ୍କ ଶୁଭାଶିଷ ଓ ଆଶୀର୍ବାଦ ବଳରେ ମୁଁ ହସି ହସି ଯନ୍ତ୍ରଣାକୁ ହଜମ କରିପାରିବି ।’