ମା’ ହେବା ଖୁସିରେ ବଡ଼ ବଡ଼ ବ୍ୟାନର ଛାଡୁଛନ୍ତି ଦୀପିକା

ଆଉ କିଛିଦିନ ପରେ ମା’ ଡାକ ଶୁଣିବେ ଅଭିନେତ୍ରୀ ଦୀପିକା ପାଦୁକୋନ । କୋଳକୁ ଛୁଆଟିଏ ଆସିବ । ୟା’ଠାରୁ ବଳି ସୁଖର କଥା ଆଉ କ’ଣ ହୋଇପାରେ । କେବଳ ସେଇଥିପାଇଁ ତାଙ୍କ ହାତରୁ ଗୋଟିକ ପରେ ଗୋଟିଏ ଚଳଚ୍ଚିତ୍ର ଖସିଯାଉଛି ।
ଆମେ ପାଇଥିବା ସୂଚନା ମୁତାବକ ସୁନ୍ଦରୀ ଦୀପିକାଙ୍କ ହାତରୁ ଖସି ଯାଇଥିଲା ‘ସ୍ପିରିଟ୍‌’ । ଚଳଚ୍ଚିତ୍ରଟିର କାହାଣୀ ଶୁଣାଇବା ସମୟରେ ନିର୍ମାତା ସନ୍ଦିପ ରେଡ୍ଡି ଭାଙ୍ଗା ବେଶ ଆଶାବାଦୀ ଥିଲେ । ଦୀପିକା ତାଙ୍କୁ କୌଣସି ପରିସ୍ଥିତିରେ ଧୋକା ଦେବେନି, ସେହି ଆଶା ତାଙ୍କର ପାଣି ଫାଟିଗଲା ।

ଏବେ ତାଙ୍କ ହାତରୁ ପ୍ରଭାସଙ୍କ ଅଭିନୀତ ‘କଲ୍‌କୀ-୨’ ଖସିଯିବାକୁ ବସିଛି । ‘କଲ୍‌କୀ-୨’ରେ ଦୀପିକା ଛୋଟିଆ ଚରିତ୍ରରେ ଅଭିନୟ କରିବା ପାଇଁ ନିର୍ମାତାଙ୍କୁ କହିଲେ । ନିର୍ମାତା କ’ଣ ବୁଝିଲେ? ତାଙ୍କୁ ସଂପୂର୍ଣ୍ଣ ହଟାଇବା ମତଲବରେ ଅଛନ୍ତି ।
ରିପୋର୍ଟରଙ୍କ ନିକଟରୁ ସବୁ ଶୁଣିବା ପରେ ଦୀପିକା କହିଛନ୍ତି ଯେ ସେ କଲ୍‌କୀ-୨ ନିର୍ମାତାଙ୍କୁ ସୁଟିଂ ପାଇଁ ଅଳ୍ପ ସମୟ ଦେଇପାରିବେ ବୋଲି କହିଥିଲେ । ଗର୍ଭରେ ନବଜାତଙ୍କୁ ଧରି ସୁଟିଂ ପାଇଁ ଅଧିକ ସମୟ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।