ବିଶିଷ୍ଟ ଶିଳ୍ପପତି ତଥା ପୋଲୋ ଖେଳାଳି ସଞ୍ଜୟ କପୁର ଆଉ ଇହଲୋକରେ ନାହାନ୍ତି । ଗତକାଲି ( ୧୯ ଜୁନ୍ ୨୦୨୫) ଅପରାହ୍ଣ ପ୍ରାୟ ୫ଟା ସମୟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶଶ୍ମାନ ଭୂମିରେ । ଆଗାମୀ ଜୁନ ୨୨ ତାରିଖ ଦିନ ଦିଲ୍ଲୀର ତାଜ ହୋଟେଲ ପ୍ୟାଲେସରେ ତାଙ୍କ ଉଦେ୍ଦଶ୍ୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଛି ।
ଜୁନ ୧୨ ତାରିଖ ଦିନ ସୁଞ୍ଜୟ ଲଣ୍ଡନରେ କ୍ୱିନ୍ସ କପ୍ ପୋଲୋ ଟୁର୍ଣ୍ଣାମେଂଟରେ ଖେଳୁଥିବା ସମୟରେ ହୃଦଘାତର ଶିକାର ହୋଇ ତଳେ ପଡ଼ି ଯାଇଥିଲେ । ଜଣେ ଆଗଧାଡ଼ିର ଶିଳ୍ପପତି ଭାବେ ବ୍ୟବସାୟ ଦୁନିଆରେ ତାଙ୍କର ପରିଚୟ ଥିଲା । ତା’ ସହିତ ସେ ଜଣେ ପ୍ରତିଷ୍ଠିତ ପୋଲୋ ଖେଳାଳି ଥିଲେ । ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
କୋଟିପତି ବ୍ୟବସାୟୀ ସଞ୍ଜୟ କପୁର ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କର ପୂର୍ବତନ ସ୍ୱାମୀ । ସଞ୍ଜୟ ତିନୋଟି ବିବାହ କରିଥିଲେ । ୧୯୯୬ ମସିହାରେ ସେ ପ୍ରଥମେ ନନ୍ଦିତା ମହତାନୀଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହଟି ଚାରିବର୍ଷ ତିଷ୍ଠିଥିଲା । ୨୦୦୩ରେ ସଞ୍ଜୟ କରିସ୍ମାଙ୍କୁ ବିବାହ କଲେ । ଉଭୟଙ୍କର ଦୁଇଟି ସନ୍ତାନ ସମାଇରା ଓ କିଆନ୍ ଅଛନ୍ତି । ୨୦୧୬ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା ।
ସଞ୍ଜୟ ତୃତୀୟ ଥର ପାଇଁ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ । ପ୍ରିୟାଙ୍କ ଆଡୁ ତାଙ୍କର ଗୋଟିଏ ପୁଅ ଆଜାରିଆ ଅଛନ୍ତି । ପ୍ରିୟାଙ୍କ ପ୍ରଥମ ସ୍ୱାମୀ ଆଡୁ ଜନ୍ମିତ ଝିଅ ସଞ୍ଜୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦାନ କରିବେ । କରିସ୍ମା ଓ ତାଙ୍କର ଦୁଇଟି ପିଲା ମଧ୍ୟ ସଞ୍ଜୟଙ୍କ ଶେଷକୃତ୍ୟରେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି ।