Actress Priyanka Chopra: ଅମାନିଆ ପ୍ରିୟଙ୍କା ଚୋପ୍ରା ।
ସମୟ ସୁଅରେ ସମସ୍ତେ ଆଗକୁ ଭାସିଯାନ୍ତି । କିନ୍ତୁ ପ୍ରିୟଙ୍କା ସମୟ ସୁଅରେ ଆଗକୁ ଯିବାକୁ ନାରାଜ ।
୪୩ ବର୍ଷ ବୟସରେ ପ୍ରିୟଙ୍କା ଦିଶୁଛନ୍ତି ନବଯୌବନା । ନିକିଙ୍କ ନାମକୁ ପୋଷାକ ଉପରେ ଲେଖି ପ୍ରିୟଙ୍କା କ’ଣ ସାବ୍ୟସ୍ତ କରିବାକୁ ଚାହାନ୍ତି?
ନିକିଙ୍କ ଷ୍ଟେଜ୍ ଶୋ’ରେ ଉପସ୍ଥିତ ରହି ପ୍ରିୟଙ୍କା କେବଳ ସ୍ୱାମୀଙ୍କୁ ପ୍ରେରଣା ଯୋଗାଉ ନାହାନ୍ତି ।
ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇ ଦେବାକୁ ଚାହାନ୍ତି, ସେ ଏବେ ବି କଷି କାକୁଡି ।
ବୟସର ଅପରାହ୍ଣରେ ପଦାର୍ପଣ କରିଥିବା ଯେ କୌଣସି ବ୍ୟକ୍ତିଙ୍କୁ ପାଗଳ କରିପାରେ ତାଙ୍କର ଗୋଟିଏ ସ୍ପର୍ଶ ।
ପ୍ରିୟଙ୍କା ଚୋପ୍ରା ଓ ନିକି ଜୋନସଙ୍କ ବିବାହକୁ ୭ ବର୍ଷ ପୁରିଯିବ । ମାତ୍ର ଏବେ ବି ଭଟ୍ଟା ପଡ଼ିନି ସେମାନଙ୍କ ପ୍ରେମ ।
ଷ୍ଟେଜ୍ ଉପରେ ଷ୍ଟେଜ୍ ନିକଟରେ ଅଡିଟୋରିୟମ୍ ବାହାରେ ଯୋଉଠି ଦେଖିବ ନିକି-ପ୍ରିୟଙ୍କା ଯୋଡ଼ି ।
ସମୟ ସମୟରେ ସେମାନଙ୍କ ଭିତରେ ଦିଶିଯାଏ ଜୁନିୟର ପ୍ରିୟଙ୍କା-ପ୍ରିନସେସ୍ ମାଲତୀ ମେରୀ ।