ଫି ବଢାଇଲେ ଅଭିନେତ୍ରୀ ଶ୍ରୀନିଧି

ମୁମ୍ବାଇ: ‘କେଜିଏଫ’ ଫେମ୍‌ ଶ୍ରୀନିଧି ସେଟ୍ଟୀ ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି । ତାଙ୍କର ଅପକମିଙ୍ଗ ଫିଲ୍ମଟି ‘କୋବ୍ରା’ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ କେଜିଏଫ ପାଇଁ ଶ୍ରୀନିଧି ଯେତିକି ଟଙ୍କା ନେଇଥିଲେ ‘କୋବ୍ରା’ ପାଇଁ ତା’ର ଦ୍ୱିଗୁଣ ପାରିଶ୍ରମିକ ନେଉଛନ୍ତି । କେଜିଏଫ ଫିଲ୍ମ ପରେ ଶ୍ରୀନିିଧି ତାଙ୍କ ଚଳଚ୍ଚିତ୍ର ‘କୋବ୍ରା’ ପାଇଁ ପ୍ରମୋସନ ଆରମ୍ଭ କରି ଦେଇଛନ୍ତି । ତେବେ ‘କୋବ୍ରାରେ ଶ୍ରୀନିଧିଙ୍କ ଦରମା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ‘କେଜିଏଫ୍‌’ ପାଇଁ ଶ୍ରୀନିଧି ୩ କୋଟି ଟଙ୍କା ଦାବି କରିଥିଲେ । ଥରେ ଭାବନ୍ତୁ ତ ‘କୋବ୍ରା’ ଚଳଚ୍ଚିତ୍ର ପାଇଁ ସେ ତାହାର ଦ୍ୱିଗଣ ଟଙ୍କା ଦାବି କରିଛନ୍ତି । ‘କୋବ୍ରା’ ହେଉଛି ଏକ ଆକ୍ସନ ଚଳଚ୍ଚିତ୍ର । ଏହି ଚଳଚ୍‌ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଜ୍ଞାନମୁଥୁ ।