ଖେଳାଳିଙ୍କୁ ବୟସ ଜାଲିଆତି ପଡିବ ମହଙ୍ଗ

ଉଲ୍ଲେଖନୀୟ ଟୁର୍ଣ୍ଣାମେଣ୍ଟରେ ଅନେକ ଥର ବୟସ ଜାଲିଆତିର ଖବର ସାମ୍ନାକୁ ଆସି ସାରିଛି….

ନୂଆଦିଲ୍ଲୀ : ଖେଳାଳିଙ୍କୁ ବୟସ ଜାଲିଆତି ପଡିବ ମହଙ୍ଗ । ପ୍ରକୃତ ବୟସ ଜାଣିବା ପାଇଁ ସଫ୍ଟୱେରର ପ୍ରୟୋଗ କରିବ ବିସିସିଆଇ । ବୟସ ଜାଲିଆତି ଧରିବା ପାଇଁ ବିସିସିଆଇ ଏକ ସଫ୍ଟୱେର ଉପଯୋଗ କରିବ । ଏହି ସଫ୍ଟୱେର ପ୍ରକୃତ ବୟସ ଜଣାଇବ । ବୟସ ଜାଲିଆତି ପ୍ରତି କଠୋର ଥିବା ବିସିସିଆଇ ବୟସ ଜାଣିବା ପାଇଁ ବାମହାତର ରିଷ୍ଟର ଏକ୍ସରେ ଉପରେ ଆଧାରିତର ଉପଯୋଗ କରୁଛି । ବର୍ତ୍ତମାନ ପଦ୍ଧତିରେ ପ୍ରତିଟି ପରୀକ୍ଷଣ ଉପରେ ୨୪୦୦ ଟଙ୍କା ଖର୍ଚ୍ଚ ହେଉଛି ।

କିନ୍ତୁ ବୋନଏକ୍ସପର୍ଟ ସଫ୍ଟୱେର ଉପଯୋଗ ଦ୍ୱାରା ଶୀଘ୍ର ଆସିବ ଏବଂ ସେ ପୁଣି ୨୮୮ ଟଙ୍କାରେ । ଏହା ଉପରେ ବିସିସିଆଇ କହିଛି ସଠିକ ବୟସ ଜାଣିବା ପାଇଁ ବିସିସିଆଇର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଖେଳାଳିଙ୍କ ରିଷ୍ଟର ଏକ୍ସ-ରେ ନିଆଯାଏ ଏବଂ ପୁଣି ରାଜ୍ୟ କ୍ରିକେଟ ସଂଘ ଉକ୍ତ ଏକ୍ସ-ରେ କପିକୁକ ବିସିସିଆଇ ବୟସ ଯାଞ୍ଚ ବିଭାଗ ନିକଟକୁ ପଠାଯାଏ । ଉଲ୍ଲେଖନୀୟ ଟୁର୍ଣ୍ଣାମେଣ୍ଟରେ ଅନେକ ଥର ବୟସ ଜାଲିଆତିର ଖବର ସାମ୍ନାକୁ ଆସି ସାରିଛି ।