ପୁଣି ଚର୍ଚ୍ଚାରେ ସାମନ୍ଥା

ଏକ ଶୋ’ରେ ସାମନ୍ଥାଙ୍କୁ ଛାଡପତ୍ର ବିଷୟରେ ପଚାରିଥିବା ବେଳେ ସାମନ୍ଥା ବି ଦେଇଛନ୍ତି ଉତ୍ତର…..

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ମଧ୍ୟରେ ବିଚ୍ଛେଦ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି । ଉଭୟଙ୍କ ଡିଭୋର୍ସକୁ ନେଇ ଗଣମାଧ୍ୟମରେ ନାନା ଅନୁମାନ କରାଯାଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସାମନ୍ଥା । ସାମନ୍ଥା ନାଗାଙ୍କ ସହ ନିଜ ସମ୍ପର୍କକୁ ନେଇ କହିଛନ୍ତି ମନର କଥା । ଏକ ଶୋ’ରେ ସାମନ୍ଥାଙ୍କୁ ଛାଡପତ୍ର ବିଷୟରେ ପଚାରିଥିବା ବେଳେ ସାମନ୍ଥା ବି ଦେଇଛନ୍ତି ଉତ୍ତର । ସେ କହିଛନ୍ତି, ଆମ ମଧ୍ୟରେ ଯାହା ସବୁ ଘଟିଗଲା, ତାହା ମୋ ପାଇଁ ଖୁବ କଷ୍ଟଦାୟ ଥିଲା । କିନ୍ତୁ ବର୍ତ୍ତମାନ ମୁଁ ଠିକ ଅଛି । ମୁଁ ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଯାଇଛି । କିନ୍ତୁ ଭବିଷ୍ୟତରେ ପୁଣି ଥରେ ବନ୍ଧୁତା ଆରମ୍ଭ ହୋଇପାରେ ବୋଲି ବି ଇସାରା ଦେଇଛନ୍ତି ।