ଯୋଗଦେବେନି ରାଣୀ ଏଲିଜାବେଥ

ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ଏବଂ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାଲ୍ସ ଉଦଘାଟନୀ ଉତ୍ସବରେ ଯୋଗ ଦେବେ….

ଲଣ୍ଡନ : ଇଂଲଣ୍ଡର ବର୍ମିଂହାମ ଠାରେ ଆସନ୍ତା ୨୮ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ । ଚଳିତ ବର୍ଷ ବ୍ରିଟେନର ରାଣୀ ଏଲିଜାବେଥ କ୍ରୀଡ଼ାର ଉଦଘାଟନୀ ଉତ୍ସବରେ ଯୋଗ ଦେବେନି ବୋଲି ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ଏବଂ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାଲ୍ସ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଚାର୍ଲ୍ସଙ୍କ ପତ୍ନୀ କାମିଲା ମଧ୍ୟ ସାମିଲ ହେବେ । ୯୬ ବର୍ଷୀୟା ରାଣୀ ଏଲିଜାବେଥ ଗତ ଅକ୍ଟେବାର ମାସରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରଠୁ ତାଙ୍କୁ ଆଉ ବାହାରେ ଦେଖିବାକୁ ମିଳିନଥିଲା ।