ନୂଆ ଲୁକ୍‌ରେ ଅଭିନେତ୍ରୀ ତାପସୀ

ଫିଲ୍ମରେ ତାପସୀ ଅଭିନେତା ପାୱେଲ ଗୁଲାଟୀଙ୍କ ସହ ସ୍କ୍ରିନ ସେୟାର କରିବେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାପସୀ ପନୁ ବଲିଉଡରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଗକୁ ତାପସୀଙ୍କୁ ‘ଦୋବାରା’ରେ ଦେଖିବାକୁ ମିଳିବ । ଏନେଇ ତାପସୀ ଫିଲ୍ମ ସଂପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହା ଏକ ଥ୍ରିୀଲର ଫିଲ୍ମ । ଦର୍ଶକମାନେ ଏଥିରେ ମୋତେ ନୂଆ ଲୁକରେ ଦେଖିବାକୁ ପାଇବେ । ଫିଲ୍ମରେ ତାପସୀ ଅଭିନେତା ପାୱେଲ ଗୁଲାଟୀଙ୍କ ସହ ସ୍କ୍ରିନ ସେୟାର କରିବେ ।