ମୁମ୍ବାଇ: ୫୦ ବର୍ଷୀୟ ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି । ବିବାହର ୧୪ ବର୍ଷ ପରେ ବାପା ଓ ମା ହେବାର ସୌଭାଗ୍ୟ ପାଇଥିବାରୁ ଅପୂର୍ବ ଓ ତାଙ୍କ ପତ୍ନୀ ଶିଳ୍ପା ସକଲାନୀ ଖୁସିରେ ଆତ୍ମହରା ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି ନବଜାତ ଗହଣରେ ଅପୂର୍ବ ଓ ଶିଳ୍ପାଙ୍କ ଫଟୋ । ଆଉ ଏକ ଖାସ୍ ଖବର ହେଉଛି, ଆଜି ଅପୂର୍ବଙ୍କ ଜନ୍ମଦିନ । ନିଜର ଜନ୍ମଦିନରେ ପ୍ରାଣପ୍ରିୟା ପତ୍ନୀଙ୍କଠାରୁ ଊପହାର ସ୍ୱରୂପ ଝିଅଟିକୁ ପାଇ ଅପୂର୍ବ ଶିଳ୍ପାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଅପୂର୍ବଙ୍କ ଅଭିନୀତ ଚଳଚ୍ଚିତ୍ର ‘ପରଦେଶ’ ଦେଖିବା ପରେ ଶିଳ୍ପା ମନେମନେ ଅପୂର୍ବଙ୍କୁ ପସନ୍ଦ କରିଥିଲେ । ପରେ ଦୈବାତ୍ କ୍ରମେ ଦୁହେଁ ‘କୁଁ୍ୟକେ ସାସ୍ ଭି କଭି ବହୁ ଥି’ ଧାରାବାହିକରେ ଏକତ୍ର କାମ କରିବାର ସୁଯୋଗ ପାଇଥିଲେ । ସେହି ଧାରାବାହିକରୁ ଦୁହିଁଙ୍କ ଭିତରେ ଜନ୍ମ ନେଲା ପ୍ରେମ ଓ ପ୍ରେମରୁ ବିବାହ ।
ସୋସିଆଲ ମିଡିଆରେ ନବଜାତ କନ୍ୟାର ଫଟୋ ସେୟାର କରି ଅପୂର୍ବ ତାଙ୍କର ବନ୍ଧୁବାନ୍ଧବ, ହିତାକାଂକ୍ଷୀ ଓ ପ୍ରଶଂସକଙ୍କଠାରୁ ଝିଅ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ।
Prev Post
Next Post