ଅନ୍ତଃରାଷ୍ଟ୍ରିଆ ଦିବ୍ୟାଙ୍ଗ ଦିବସ ପାଳିତ

ବୌଦ୍ଧ: ଆବିଲିଟି ଇଣ୍ଡିଆ ସ୍ବେଛାସେବୀ ସଂଗଠନ ଦ୍ୱାରା, ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ସ୍ଥିତ ଗିରାସିଙ୍ଗା ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଡ଼ିସେମ୍ବର 3 ତାରିଖ ରେ ଅନ୍ତରାଷ୍ଟ୍ରୀୟ ଦିବ୍ୟାଙ୍ଗଜନ ଦିବସ ସମାରୋହ ପାଳିତ ହୋଇଯାଇଅଛି । ଏଥିରେ ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ପିଲା ମାନଙ୍କୁ ଚିହ୍ନଟ କରି ତାଙ୍କ ମତ ବୁଝିବା ସହ କିଭଳି ଭଲ ଭାବରେ ବିଭିନ୍ନ କାର୍ଯ୍ୟ ରେ ନିୟୋଜିତ ହୋଇ ପାରିବେ ତାପରେ ବେଶ ଆଲୋଚନା ହୋଇଥିଲା ଏଥିରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ଓ ସମାଜ ସେବୀ ଡ଼.ପ୍ରବୀର କୁମାର ଦାସ, ଡ଼. ଦେବଦତ୍ତ ମିଶ୍ର, ଗୋପାଳ ସାର୍, ବିଶ୍ୱାମିତ୍ର ସାର୍, ସସ୍ମିତା ବାଦୀ , ପ୍ରଣୟନୀ ଲେଙ୍କା ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମ ପିଲାମାନଙ୍କୁ ଉପହାର ଓ ଶାଲ ପ୍ରଦାନ କରିବା ସହ ସଂସ୍ଥା ର ଅନ୍ୟ ପିଲା ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ନୃତ୍ୟ ଗିତ ପରିବେଷଣ ହୋଇ ଥିଲା । ଭିନ୍ନ କ୍ଷମ ପିଲା ମାନଙ୍କ ର ଅଭିଭାବକ ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ସେମାନଙ୍କର ମତାମତ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ଆନୁମାନିକ 200 ଜଣ ଭାଗ ନେଇଥିଲେ. ଆବିଲିଟି ଇଣ୍ଡିଆ ର ସାମୁଦାୟିକ ପୁନର୍ବାସ ସଂଯୋଜକ ନିବାସ ନାଏକ କାର୍ଯ୍ୟକ୍ରମ ର ଆୟୋଜନ ଓ ପରିଚାଳନା କରିଥିଲେ. ସାମୁହିକ ଭୋଜନ ଓ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l