ଗାଜର ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ ଭରିରହିଛି, ଯାହା ହୃତ୍ପିଣ୍ଡ ପାଇଁ ଉପକାରୀ। ନିୟମିତ ଗାଜର ଖାଇବା ଦ୍ୱାରା ହୃତ୍ପିଣ୍ଡର କାର୍ଯ୍ୟଧାରା ମଧ୍ୟ ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ। ଏଥିରେ ଥିବା ଉପକାରୀ ଗୁଣ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୃଷ୍ଟିଶକ୍ତିକୁ ପ୍ରଖର କରିବାରେ ଏହା ମଧ୍ୟ ସାହାଯ୍ୟ କରିଥାଏ। ଗାଜରେ ଭିଟାମିନ୍ ‘ସି’ ରହିଛି । ଗାଜର ଖାଇଲେ ରକ୍ତରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏଥିରେ କ୍ୟାଲସିୟମ ମାତ୍ରା ଭରି ରହିଛି, ଯାହା ଅସ୍ଥିକୁ ଦୃଢ଼ ରଖେ। ଗାଜର ଶରୀରର ଓଜନକୁ ମଧ୍ୟ ସନ୍ତୁଳିତ ରଖେ। କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ। ଏଥିରେ ଥିବା ଉପକାରୀ ତତ୍ତ୍ୱ ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନ ଥାଏ।