ଗଂଜାମ(ସାକ୍ସୀ ନ୍ୟୁଜ୍): ଧରାକୋଟ ବ୍ଲକ ଅନ୍ତର୍ଗତ ଯାହାଡା ଗ୍ରାମରେ ଅର୍ଣବ ବିପନ୍ନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ନୋଡାଲ ଅଧିକାରୀ ତେଜସ୍ଵୀନି ବେହେରା, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ବି ଡି ଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି, ଗଣିଆ ବି ଡି ଓ ଡେନିସ ବେହେରା, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ,ଅତିରିକ୍ତ ଆଇ ଆଇ ସି ଅଞ୍ଜଳୀ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ।
ଅର୍ଣ୍ଣବ ଜନିତ ବାତ୍ୟା ଓ ବନ୍ୟା ଦେଇ ଯାଇଥିବା ଦାରୁଣ କଷ୍ଟକୁ ଲୋକଙ୍କ ମନରୁ ଦୂର କରି ଲୋକଙ୍କ ମୁଁହରେ ହସ ଫୁଟାଇବା ଲକ୍ଷରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ନିଜର ଗୋଟିଏ ଦିନର ଦରମା ଦାନ କରି ବିପର୍ଣ୍ଣଙ୍କୁ ଉପହାର ଦେଇଥିବା ଜଣାପଡିଛି। ଏଭଳି ପ୍ରୟାସ ଅନେକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ କରା ଯାଇଥିବା ବେଳେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ପାଇଁ ନୂତନ ବସ୍ତ୍ର,ଦୀପାଳି,ସଳିତା, ଘିଆ,ମିଠା ପକେଟ ସହ କିଛି ବାଣ ଉପହାର ସ୍ୱରୂପ ଦେଇଥିବା ଦେଖିବାକୁ ମିଳିଛି ।
ଉକ୍ତ ଦୀପାବଳୀ ଉତ୍ସବ ରେ ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଵିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ, କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ବି ପି ସି କୃଷ୍ଣ କାନ୍ତ ପଣ୍ଡା, ବି ଏସ ଏସ ଓ ସଚିନ ପାତ୍ର ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ,ପିଇଓ, ଏଡ଼ିଓ ଓ ଗ୍ରାମର ସ୍ବେଛସେବୀ ମାନଙ୍କ ଉପସ୍ତିତିରେ ଘରକୁ ଘର ବୁଲି ପ୍ରାୟ 1500 ପରିବାର କୁ ବିପାବଳି ଉପହାର ଦେଇଥିବା ଦେଖିବାକୁ ମିଳିଛି। ନିଜେ ଜିଲ୍ଲାପାଳ ଗ୍ରାମର ପିଲା ମାନଙ୍କ ସହ ବାଣ ଫୁଟାଇ ଦୀପାବଳି ଉଛବ ପାଳନ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅର୍ଣ୍ଣବ ପ୍ରଭାବିତ ପରିବାରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସରକାର ୫୦ କିଲୋ ଚାଉଳ ଓ ୨୫୦୦ ଟଙ୍କା ପ୍ରଦାନ କରିଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକୁ ଲୋକମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।