ଅଡୁଆରେ ଅଜୟଙ୍କ ‘ଥ୍ୟାଙ୍କ ଗଡ’

ଟ୍ରେଲରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରାଯାଇଛି……

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗାନ, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଥ୍ୟାଙ୍କ ଗଡ ବିବାଦରେ ଫସିଛି । ଫିଲ୍ମଟି ଅକ୍ଟୋବର ୨୫ରେ ରିଲିଜ ହେବାକୁ ଥିବା ବେଳେ ଏହାର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ କୁଆଡେ଼ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଥିଲା ।

ଏବେ କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି ଫ ଟ୍ରେଲର ଅନୁସାରେ ଥ୍ୟାଙ୍କ ଗଡରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦର୍ଶାଯାଇଛ । ତେଣୁ ଏହାକୁ ହିନ୍ଦୁ ଜନଜାଗୃତି ସମିତି କର୍ଣ୍ଣାଟକାରେ ବ୍ୟାନ କରିବାକୁ କହିଛି । ଟ୍ରେଲରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରାଯାଇଛି । ଏହା ସମାନ୍ୟ ମାତ୍ର । ଆଗକୁ ଫିଲ୍ମରେ ମଧ୍ୟ ଅପରି ଅନେକ ଶବ୍ଦ ଓ ଡାଏଲଗ ରହିଥିବ ।

ହିନ୍ଦୁମାନଙ୍କ ଭଗବାନଙ୍କୁ ଏପରି ଅପମାନ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ । ତେଣୁ ଏହା ଉପରେ ବ୍ୟାନ ଲଗାଯିବା ଦରକାର । ଏହି ହିନ୍ଦୁ ସଂଗଠନ ଫିଲ୍ମ ରିଲିଜ ପାଇଁ ପ୍ରମାଣପତ୍ର ନ ଦେବାକୁ ସେନସର ବୋର୍ଡ ନିକଟରେ ଦାବି କରିଛି ।