୩୦୦ କୋଟି କ୍ଲବରେ ‘ବ୍ରହ୍ମାସ୍ତ୍ର’

ଫିଲ୍ମାର ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ…..

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ରିଲିଜ ପୂର୍ବରୁ ବୟକଟ ଦାବି ହୋଇଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ୩୦୦ କୋଟି ଆୟ କରିବା ସବଠାରୁ ବଡ ବୋଲି କୁହାଯାଉଛି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର-ଆଲିଆ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ଫିଲ୍ମାର ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍‌ଚନ, ମୌନି ରୟ, ନାଗାର୍ଜୁନ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି ।