୮୦୦ କୋଟିର ପ୍ରୋଜେକ୍ଟ ସାଇନ କଲେ ଆଲିଆ

ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉମେର ଆଲିଆଙ୍କ ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି……

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏସ ରାଜାମୌଲିଙ୍କ ସହ ଏକ ଫିଲ୍ମ ସାଇନ କରିଛନ୍ତି । ଯେଉଁଥିରେ ସେ ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉମେର ଆଲିଆଙ୍କ ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଆଲିଆଙ୍କ ଡେଲିଭରି ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ବଜେଟ ହେଉଛି ୮୦୦ କୋଟି ଟଙ୍କା । ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଛନ୍ତି । ଆଗାମୀ ପ୍ରୋଜେକ୍ଟରେ ଆଲିଆ ଭଟ୍ଟ -ରଣଭୀର ସିଂଙ୍କ ସହ ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ରେ ନଜର ଆସିବେ ।