ଦର୍ଶକଙ୍କ ହୃଦୟ ଜିତିଲା ଅକ୍ଷୟଙ୍କ ଫିଲ୍ମ ‘Raksha Bandhan’,

୨୦୨୨ରେ ଦୁଇଟି ଫ୍ଲପ୍ ଦେବା ପରେ ଅକ୍ଷୟ …

ମୁମ୍ବାଇ : ୨୦୨୨ରେ ଦୁଇଟି ଫ୍ଲପ୍ ଦେବା ପରେ ଅକ୍ଷୟ କୁମାର ପୁଣି ଥରେ ସିନେମା ହଲକୁ ଫେରିଛନ୍ତି । ତାହା ପୁଣି ଆକ୍ସନ ଧମାଲ ମୁଡ୍‌ ନୁହେଁ ବରଂ ପାରିବାରିକ ଡ୍ରାମା ତଥା ଭାଇ-ଭଉଣୀର ମଧୁର ସମ୍ପର୍କକୁ ନେଇ ମନୋରଞ୍ଜନ କରିବାକୁ ଆସିଛନ୍ତି। ରକ୍ଷାବନ୍ଧନର ସମ୍ପର୍କକୁ ଦେଖାଇଛନ୍ତି। ବକ୍ସ ଅଫିସରେ ରକ୍ଷାବନ୍ଧନ କିପରି ହୋଇଛି । ତାହାର ମଧ୍ୟ ପ୍ରତିକ୍ରିୟାର ଆସିଯାଇଛି। ଦର୍ଶକମାନେ ଚଳଚ୍ଚିତ୍ରକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଭାଇଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର କାହାଣୀ ଦର୍ଶାଇଥିବା ରକ୍ଷାବନ୍ଧନ ଫିଲ୍ମ ଜନସାଧାରଣଙ୍କଠାରୁ ଏକ ବଡ଼ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ଚଳଚ୍ଚିତ୍ର ଦେଖିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି । ୟୁଜର୍ସମାନେ ଏହି ଚଳଚ୍ଚିତ୍ରକୁ ୨୦୨୨ବର୍ଷର ସର୍ବୋତ୍ତମ ଚଳଚ୍ଚିତ୍ର ବୋଲି କହିଛନ୍ତି। ଅକ୍ଷୟ କୁମାରଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଅକ୍ଷୟ କୁମାର ଦକ୍ଷ ଅଭିନୟ ଥିବା ସିନ୍‌ ଗୁଡିକ ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି।  ଦର୍ଶକଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ରଟି କମେଡି, ଭାବପ୍ରବଣତାର ମିଶ୍ରଣ ଅଟେ । ଚଳଚ୍ଚିତ୍ର ରାଧା ବୃନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରୟ।