ଆସାମ ରାଇଫଲ୍ସ ଟିମଉପରେ ଆତଙ୍କୀ ହମଲା

ଅରୁଣାଚଳ ପ୍ରଦେଶର ଭାରତ-ମିଆଁମାର ସୀମାରେ….

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଭାରତ-ମିଆଁମାର ସୀମାରେ ଆତଙ୍କବାଦୀଙ୍କ ଆକ୍ରମଣ । ସୀମାରେ ଆସାମ ରାଇଫଲ୍ସର ଟିମରେ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏହାର ପାଲଟା ଜବାବ ମଧ୍ୟ ଯବାନମାନେ ଦେଇଛନ୍ତି । ସୂଚନାନୁସାରେ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ପିସି ନାୟର ନିକଟରେ କହିଥିଲେ ଯେ, ଆଞ୍ଚଳିକବାଦକୁ ଭିତ୍ତି କରି ଅସ୍ତ୍ର ଉଠାଇବା ସଦସ୍ୟ ଉତ୍ତରପୂର୍ବ ସୀମାରେ ସକ୍ରିୟ ଅଛନ୍ତ । ଉଲଫା, କେଏଲଓ ଓ ମଣିପୁରର ବିଦ୍‌ରେୀହୀ ସଙ୍ଗଠନ ସହିତ ଆଉ କିଛି ସଙ୍ଗଠନ ଏଠାରେ ନିଜର ନେଟୱର୍କ ସ୍ଥାପନ କରିଛନ୍ତ ।