କାର୍ କିଣିଲେ, ଟ୍ରୋଲ୍ ହେଲେ

ମୁମ୍ବାଇ: ଅମିତାଭ୍ ବଚ୍ଚନ ନିକଟରେ ଏକ ନୂଆ କାର୍ କିଣିଛନ୍ତି। ଏହି ଏସ୍ କ୍ଲାସ ମର୍ସିଡିଜ୍ କାରଟିର ମୂଲ୍ୟ ପ୍ରାୟ ୧ କୋଟି ୩୮ ଟଙ୍କା ବୋଲି ଜଣାପଡ଼ିଛି। ତେବେ କରୋନା ମହାମାରୀ ବେଳେ ଅମିତାଭଙ୍କ ଏହି ସୌଖିନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଅନେକେ ତାଙ୍କୁ ସୋସିଆଲ୍ ମିଡିଆରେ ଭୟଙ୍କର ଟ୍ରୋଲ୍ କରିଛନ୍ତି।

ଅକ୍ଟୋବର ୧୧ ତାରିଖରେ ଅମିତାଭଙ୍କର ଜନ୍ମଦିନ ଆସୁଥିବା ବେଳେ ସେ ମନ ପସନ୍ଦର କାରଟି କିଣିଛନ୍ତି। ହେଲେ ଏ ସମୟରେ କାରଟି କିଣି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ। ମହାମାରୀ ଯୋଗୁଁ ସାରା ଦେଶ ଅସୁବିଧା ଭୋଗୁଥିବା ବେଳେ ବିନା ରୋଜଗାରରେ ଗରିବ ଲୋକେ ଭୋକରେ ମରୁଛନ୍ତି। ଯଦି ବେଶୀ ପଇସା ଅଛି ତେବେ ଦାନ କରନ୍ତୁ ବୋଲି ସେ ଲେଖିଛନ୍ତି।

ଆଉଜଣେ ୟୁଜର ଲେଖିଛନ୍ତି ବଲିଉଡ୍ ଷ୍ଟାର ମାନେ ନିଜର ସୋ ଅଫ୍ କରିବାରେ ବ୍ୟସ୍ତ। ସୋନୁ ସୁଦଙ୍କ ଠାରୁ କିଛି ଶିଖନ୍ତୁ। ସେହିଭଳି ସୁଶାନ୍ତ ସିଂ ରାଜପୁତ ମାମଲାରେ ଅମିତାଭ୍ ମୁହଁ ନ ଖୋଲିବାକୁ ନେଇ ଆଉଜଣେ ୟୁଜର ସମାଲୋଚନା କରିଛନ୍ତି। ଏ ବୟସରେ ଏତେ ପ୍ରତିଷ୍ଠା ହାସଲ କରିସାରି ମଧ୍ୟ ଅମିତାଭ୍ ଜଣେ ନବାଗତଙ୍କ ପରି ବଲିଉଡ୍ ଗଡ଼ଫାଦର ଓ ନେପୋଟିଜମ୍ ଗ୍ୟାଙ୍ଗକୁ ଭୟ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୭୪ ବର୍ଷୀୟ ଅମିତାଭ୍ ବଚ୍ଚନ ନିକଟରେ କରୋନାରୁ ସୁସ୍ଥଲାଭ କରି ସୋନିଟିଭିର ଚର୍ଚ୍ଚିତ ଟକ୍ ସୋ କେବିସି ପାଇଁ ସୁଟିଂ ଜାରି ରଖିଛନ୍ତି।