ମୁମ୍ବାଇ : ଅନନ୍ୟା ପାଣ୍ଡେଙ୍କ ଭଉଣୀ ଅଲାନା ତାଙ୍କ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଛନ୍ତି । ଏନେଇ ଅଲାନା ଇନଷ୍ଟାରେ ଏକ ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ବୟଫ୍ରେଣ୍ଡଙ୍କୁ ରୋମାଣ୍ଟିକ ଅନ୍ଦାଜରେ ବିବାହର ପ୍ରପୋଜାଲ କରିବା ସହ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସୂଚନାଯୋଗ୍ୟ ଦୁହିଁଙ୍କୁ ଜାଣିବାକୁ ତିନି ମାସ ଲାଗି ଯାଇଥିଲା । ପରେ ଦୁହେଁ ଲିଭ ଇନରେ ରହିଥିଲେ ।